ନିୟମ ମାନିଲେ ଖୋଦ୍ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ସ୍ମାର୍ଟ ୱାଚ୍ କାଢି ବୁଥ୍ ଭିତରକୁ ଯାଇ ଦେଲେ ଭୋଟ୍ ।

235

କନକ ବ୍ୟୁରୋ: ରାଜ୍ୟରେ ଆଜି ତୃତୀୟ ପର୍ଯ୍ୟାୟ ଭୋଟ ପଡୁଥିବାବେଳେ କିଛି ଭୋଟର ବୁଥ ଭିତରକୁ ମୋବାଇଲ ଫୋନ ନେଇ ଯାଉଥିବା ଦେଖିବାକୁ ମିଳିଥିଲା । ପୂର୍ବରୁ ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲେ ବି ଏହାର ବ୍ୟତିକ୍ରମ ହେବାରୁ ପେସମିଟ୍ କରି ଏନେଇ ପୁନର୍ବାର ସଚେତନ କରାଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ।

କହିଛନ୍ତି, ବୁଥ ଭିରତକୁ କେହି ମୋବାଇଲ ନେଇ ଯାଇପାରିବେ ନାହିଁ । ନା କୌଣସି ଅଧିକାରୀ ନା ଭୋଟର କେହି ବି ବୁଥ ଭିରତକୁ ମୋବାଇଲ ନେଇପାରିବେ ନାହିଁ ଏପରିକି ସ୍ୱିଚ୍ ଅଫ୍ ମଧ୍ୟ କରି ନେଇପାରିବେ ନାହିଁ ବରଂ ବୁଥ ଭିରତକୁ ବିନା ମୋବାଇଲରେ ଯିବାକୁ ଅପିଲ କରିଛନ୍ତି । ଏପରିକି ବୁଥ୍ ଭିରତକୁ ସ୍ମାର୍ଟ ୱାଚ୍ ପିନ୍ଧି ଯିବା ଉପରେ ମଧ୍ୟ କଟକଣା ଲାଗିଛି । ଖୋଜ୍ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏହି ନିୟମକୁ ପାଳନ କରି ନିଜ ସ୍ମାର୍ଟ ୱାଚକୁ ଖୋଲି ବାହାରେ ରଖିବା ପରେ ବୁଥ୍ ଭିତରକୁ ଭୋଟ ପାଇଁ ଯାଇଥିବା ପ୍ରେସ ମିଟରେ କହିଥିଲେ ।