ରାହୁଲ ଗାନ୍ଧୀଙ୍କ ସହ ଆସି ଭୋଟ ଦେଲେ ଭଣଜା ରେହାନ୍ ଓ ଭାଣେଜି ମିରାୟା । ମତଦାନ କରିବାକୁ ଯୁବବର୍ଗଙ୍କୁ କଲେ ଅପିଲ ।

361

କନକ ବ୍ୟୁରୋ: ଦେଶରେ ୨୦୨୪ ପାଇଁ ଷଷ୍ଠ ପର୍ଯ୍ୟାୟ ଭୋଟିଂ ଚାଲିଥିବାବେଳେ ଦିଲ୍ଲୀରେ ୭ଟି ଆସନ ପାଇଁ ପଡୁଛି ଭୋଟ । ଏହି କ୍ରମରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ବୁଥ୍ ଯାଇ ଭଣଜା ରେହାନ୍ ଓ ଭାଣେଜି ମିରାୟାଙ୍କୁ ଭୋଟ ଦେବାର ଦେଖିବାକୁ ମିଳିଥିଲା । ଦୁହେଁ ପ୍ରଥମ ଥର ଭୋଟ ଦେଉଥିବାରୁ ଖୁବ ଖୁସି ଥିବା କହିଥିଲେ । । ଦେଶରେ ସକାରାତ୍ମକ ପରିବର୍ତ୍ତନ ପାଇଁ ଭୋଟ ଦେବା ନିହାତି ଜରୁରୀ ବୋଲି କହିଛନ୍ତି ରାହୁଲଙ୍କ ଭଣଜା ତଥା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ପୁଅ ରେହାନ୍ ଭଦ୍ରା । ଏହା ସହ ବିପୁଳ ସଂଖ୍ୟାରେ ଭୋଟ ଦେବାକୁ ଯୁବବର୍ଗଙ୍କୁ ଅପିଲ କରିଛନ୍ତି ରେହାନ୍ ଓ ମିରାୟା ।