ରାସ୍ତା ପାଇଁ ଭୋଟ ଦେଲେନି । ଭୋଟ ବର୍ଜନ କଲେ ଢେଙ୍କାନାଳ, କୃଷ୍ଣପ୍ରସାଦ ବାଘମୁଣ୍ଡାର ୫୦୦ ଭୋଟର ।

139

କନକ ବ୍ୟୁରୋ: ଏଥର ନିର୍ବାଚନରେ ନେତାଙ୍କୁ ଠିକଣା ଜବାବ ଦେଇଛନ୍ତି ଢେଙ୍କାନାଳ ବାଘମୁଣ୍ଡା ଭୋଟର । ବାରମ୍ବାର ଗାଁକୁ ରାସ୍ତାଟେ ନିର୍ମାଣ କରିବାକୁ କହିବା ପରେ ବି କେହି ନଶୁଣିବାରୁ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଥିଲେ । ଆଜି ଏହାକୁ ସତ କରି ଦେଖାଇଛନ୍ତି । ରାଜନେତାଙ୍କ ଉପରେ ଅତିଷ୍ଠ ହୋଇ ବାଘମୁଣ୍ଡାର ୫୦୦ ଭୋଟର ଆଜି ଭୋଟ ବର୍ଜନ କରିଥିବା ଜଣାପଡିଛି । ସେହିପରି କୃଷ୍ଣପ୍ରସାଦ ଖିରିସାହି ଗାଁରେ ମଧ୍ୟ ରାସ୍ତା ନିର୍ମାଣ ନହେବାରୁୁ ନେଇ ଭୋଟ ବର୍ଜନ କରିଛନ୍ତି ଶହଶହ ଭୋଟର ।