ଧର୍ମେନ୍ଦ୍ରଙ୍କ ପରାଜୟ ସୁନିଶ୍ଚିତ । କେନ୍ଦ୍ରମନ୍ତ୍ରୀଙ୍କ ଉପରେ ବର୍ଷିଲେ ଭୃଗୁ ବକ୍ସିପାତ୍ର

4,532

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ବର୍ଷିଲା ବିଜେଡି । ନିଯୁକ୍ତି ଓ ଏନଏଚ୍ ପ୍ରସଙ୍କ ଉଠାଇ ଧର୍ମେନ୍ଦ୍ରଙ୍କୁ କଡା ସମାଲୋକନା କରିଛନ୍ତି ଭୃଗୁ ବକ୍ସିପାତ୍ର । ସେ କହିଛନ୍ତି, ଟଙ୍କା ବାଣ୍ଟିବାର ମିଛ ଅଭିଯୋଗ ଆଣୁଛନ୍ତି ଧର୍ମେନ୍ଦ୍ର । ସରକାରୀ କଳର ବ୍ୟବହାର ନେଇ ମିଛି ଅଭିଯୋଗ ଆଣିଛନ୍ତି । ବିଜେପି ଯେତେବେଳେ ହାରିବାକୁ ଯାଏ ସେତେବେଳେ ମିଛ ଅଭିଯୋଗ ଆରମ୍ଭ କରେ । କେନ୍ଦ୍ରମନ୍ତ୍ରୀଙ୍କ ଉପରେ ଲୋକଙ୍କ ଅସନ୍ତୋଷ ରହିଛି । ପରାଜୟ ଭୟରେ ମିଛି ଅଭିଯୋଗ ଆଣି ଭୋଟରଙ୍କୁ ବିଭ୍ରାନ୍ତ କରୁଛନ୍ତି ।

ଜାତୀୟ ରାଜପଥ ପ୍ରସଙ୍ଗ ଉଠାଇ ଭୃଗୁ ଆହୁରି କହିଛନ୍ତି କି, ସମ୍ବଲପୁର ଜାତୀୟ ରାଜପଥର ଅବସ୍ଥା ଓଡିଶାବାସୀ ଦେଖିଛନ୍ତି । ଜାତୀୟ ରାଜପଥ ପରିସ୍ଥିତି ବହୁତ ଖରାପ । ସମ୍ବଲପୁରରେ ଗୋଟିଏ ବି କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯାଇନାହିଁ । ଦକ୍ଷତା ବିକାଶ ପାଇଁ କୌଣସି ଅନୁଷ୍ଠାନ କରିନାହାନ୍ତି ଧର୍ମେନ୍ଦ୍ର । ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଓ ସମଲେଶ୍ୱରୀ ମନ୍ଦିରର ଉନ୍ନୟନ କାମକୁ ବିଜେପି ନେତା ନାପସନ୍ଦ କରିଆସିଛନ୍ତି । ଅନ୍ୟପଟେ ଓଡିଶା କୋଇଲା ସର୍ବ ଭାରତରେ ବ୍ୟବହାର ହେଉଛି କିନ୍ତୁ ଏମସିଏଲରେ ଓଡିଆ ଯୁବକଙ୍କୁ ନିଯୁକ୍ତି ମିଳୁନାହିଁ । ବିହାର ଓ ମଧ୍ୟପ୍ରଦେଶ ଲୋକଙ୍କୁ ନିଯୁକ୍ତି ମିଳୁଛି ବୋଲି କହି ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ୍ କରିଛନ୍ତି ଭୃଗୁ ବକ୍ସିପାତ୍ର