ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହେଲେ ରାଷ୍ଟ୍ରପତି । ନୂଆଦିଲ୍ଲୀରେ ଭୋଟ ଦେଲେ ଦ୍ରୌପଦୀ ମୁର୍ମୁ । 

145

କନକ ବ୍ୟୁରୋ : ଗଣତନ୍ତ୍ରର ମହାନ ପର୍ବରେ ନିଜର ମତାଧିକାର ସାବ୍ୟସ୍ତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନୂଆଦିଲ୍ଲୀର  ଡ. ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ବିଦ୍ୟାଳୟର ବୁଥରେ ପହଞ୍ଚି  ଭୋଟ ଦେଇଛନ୍ତି ରାଷ୍ଟ୍ରପତି । ମତଦାନ କରିବା ପରେ ବେଶ ଉତ୍ସାହିତ ଅଛନ୍ତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ହେବା ପରେ ପ୍ରଥମଥର ପାଇଁ ସାଧାରଣ ନିର୍ବାଚନରେ ଭୋଟ ଦେଇଛନ୍ତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଗତବର୍ଷ ଦ୍ରୌପଦୀ ମୁର୍ମୁ ନିଜର ଭୋଟର ପରିଚୟପତ୍ର ଦିଲ୍ଲୀକୁ ସ୍ଥାନାନ୍ତରିତ କରିଥିଲେ । ଏହାପୂର୍ବରୁ ଓଡ଼ିଶାରେ ଦ୍ରୌପଦୀ ମୁର୍ମୁଙ୍କର ଭୋଟର ଆଇଡି କାର୍ଡ ରହିଥିଲା ।