ମନେ ରଖନ୍ତୁ ଏହି ୩ଟି କଥା ! ଯାହା ସୁଧାରି ପାରେ ଆପଣଙ୍କ ଜୀବନର ସମସ୍ତ ଭୁଲ୍

116

ଭୁଲ୍ କିଏ ନକରେ । ହେଲେ ଏହି ଭୁଲକୁ ସ୍ୱୀକାର କରିବାର ସତ୍ ସାହସ ମାତ୍ର କେତେ ଜଣଙ୍କ ନିକଟରେ ହିିଁ ରହିଥାଏ । ତେଣୁ ଯଦି ଆପଣ ସଫଳତା ଚାହୁଛନ୍ତି ତେବେ ଏଥିପାଇଁ ଜରୁରୀ ଅଟେ କି ପ୍ରଥମେ ନିଜ ଭୁଲକୁ ସ୍ୱୀକାର କରନ୍ତୁ ଓ ତାକୁ ସୁଧାରିବାକୁ ଚେଷ୍ଟା କରନ୍ତୁ । ଆଜି ଆମେ ଆପଣଙ୍କ ନିକଟରେ ଏଭଳି କିଛି ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ, ଯଦି ଏହାକୁ ଆପଣ ନିଜ କାମରେ ଲଗାଇବେ ତେବେ ଆପଣଙ୍କର ସଫଳତା ଏକପ୍ରକାରେ ସୁନିଶ୍ଚିତ । ତେବେ ଆସନ୍ତୁ ଜାଣିବା ।

ନିଜ ଭୁଲକୁ ସ୍ୱୀକାର କରନ୍ତୁ

ବାସ୍ତବରେ ଯଦି ଆପଣ ନିଜ ଭୁଲରୁ କିଛି ଶିଖିବାକୁ ଚାହୁଁଛନ୍ତି ତେବେ ସର୍ବ ପ୍ରଥମେ ନିଜର ଭୁଲକୁ ସ୍ୱୀକାର କରିବା ଶୁଖନ୍ତୁ । କାରଣ ଆପଣଙ୍କର ଏହି ଗୋଟିଏ ପଦକ୍ଷେପ ଆପଣଙ୍କୁ ନେଇ ପାରେ ସଫଳତା ଆଡକୁ । ହେଲେ ଆମ ଭିତରେ ଏତେ ସାହସ ନାହିଁ କି ଆମେ ଆମ ଭୁଲକୁ ଅନ୍ୟ ଆଗରେ ସ୍ୱୀକାର କରିପାରିବୁ । ତେବେ ଭୁଲଠାରୁ ବଂଚିବା ପାଇଁ କୌଣସି ବାହାନା କରିବାକୁ ଚେଷ୍ଟା କରନ୍ତୁ ନାହିଁ । କାରଣ ଏଭଳି କରିବା ଦ୍ୱାରା ଭବିଷ୍ୟତରେ ଆପଣଙ୍କର କୌଣସି ଅସୁବିଧା ହୋଇପାରେ ।

ନିଜ କାମରେ ସୁଧାର ଆଣିବା

ଯଦି ଆପଣଙ୍କ ଭୁଲ ବାରମ୍ବାର ସାମ୍ନାକୁ ଆସୁଛି ତେବେ ସାଧାରଣ କଥା କି ଆପଣଙ୍କୁ ଏଥିରେ କିଛି ସୁଧାର ଆଣିବାର ଆବଶ୍ୟକତା ରହିଛି । ତେଣୁ ସର୍ବ ପ୍ରଥମେ ଆପଣ ବୁଝିବାକୁ ଚେଷ୍ଟା କରନ୍ତୁ ଆପଣଙ୍କର ଭୁଲ୍ କେଉଁଠି ହୋଇଛି ଓ ପରେ ଏହାର ସମାଧାନ ବାହାର କରିବାକୁ ଚେଷ୍ଟା କରନ୍ତୁ । କାରଣ ଭୁଲ କରିବା ପରେ ସେହି ଭୁଲକୁ ସୁଧାରିବା ପାଇଁ ପ୍ରୟାସ ନକରିବା ଆଉ ଏକ ବଡ ଭୁଲ୍ ହୋଇଥାଏ ।

ଅନ୍ୟର ସହାୟତା ଲୋଡନ୍ତୁ

ନିଜ ଭୁଲକୁ ସୁଧାରିବା ପାଇଁ ଅନ୍ୟ ତଥା ବନ୍ଧୁଙ୍କର ସହାୟତା ଲୋଡନ୍ତୁ । ଏଥିପାଇଁ ଆପଣ କୁଣ୍ଠାବୋଧ କରିବା ଆଦୌ ଦରକାର ନାହିଁ, କାହିଁକି ନା ଆପଣଙ୍କ ଠାରୁ ଆପଣଙ୍କୁ ଅନ୍ୟ କେହି ବି ଭଲରେ ବୁଢିଥାଇପାରେ । ଅର୍ଥାତ୍ ସାମ୍ନା ଲୋକ ଆପଣଙ୍କ ସଂପର୍କରେ କଣ ଚିନ୍ତା କରୁଛନ୍ତି ସେ ସଂପର୍କରେ ଆପଣଙ୍କୁ ଜାଣିବା ନିଶ୍ଚୟ ଆବଶ୍ୟକ । ଆମ ସମସ୍ତଙ୍କୁ ମାର୍ଗଦର୍ଶନ ପାଇଁ କୌଣସି ମେଂଟର କିମ୍ବା ଅନୁଭବି ବ୍ୟକ୍ତିବିଶେଷଙ୍କର ଆବଶ୍ୟକତା ରହିଛି । କାରଣ, ତାଙ୍କ ଅନୁଭୋବରୁ ଆମକୁ କିଛି ଶିଖିବାକୁ ମିଳିବ । ତେବେ ଗୋଟିଏ କଥା ସବୁବେଳେ ମନେ ରଖିଥିବେ କି, ‘ଭୁଲ ସଫଳତାର ସୋପାନ ହୋଇଥାଏ , ଖାଲି ଆବଶ୍ୟକ ରହିଛି ଏହି ଭୁଲରୁ କିଛି ଶିଖିବା’ ।