ପ୍ରଭାତଙ୍କ ଗିରଫଦାରୀ ପ୍ରତିବାଦରେ ତାତିଲେ ସମର୍ଥକ ! କଟକରେ ସମର୍ଥକଙ୍କ ବାଇକ ରାଲି, ଭୁବନେଶ୍ୱରରେ ଘେରିବେ ସିବିଆଇ ଅଫିସ

28

କନକ ବ୍ୟୁରୋ : ସିସୋର ଚିଟଫଣ୍ଡ ମାମଲାରେ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳ ଆଜି ସିବିଆଇ ଆଜି ଦ୍ୱିତୀୟ ଦିନ ପାଇଁ ଜେରା କରିବ । ସେପଟେ ଲାଗାତର ଦ୍ୱିତୀୟ ଦିନ ଲାଗି କଟକରେ ଗିରଫଦାରରୀ ପ୍ରତିବାଦ କରିଛନ୍ତି ବିଧାୟକଙ୍କ ସମର୍ଥକ । ଛାତ୍ର ବିଜେଡି ପକ୍ଷରୁ ଆଜି କଟକରେ ବାଇକ ରାଲି କରାଯାଉଛି । ଗିରଫଦାରୀର ପ୍ରତିବାଦ ଓ ପ୍ରଭାତ ବିଶ୍ୱାଳଙ୍କ ସମର୍ଥନରେ ଏହି ବାଇକ କାଲିର ଆୟୋଜନ କରାଯାଇଛି । ବିଜେଡି ସମର୍ଥକମାନେ କଟକରେ ପ୍ରତିବାଦ କରିଛନ୍ତି । କଟକ ବିଜେଡି ଓ ଜଗତପୁର ନାଗରିକ ମଂଚ ପକ୍ଷରୁ ନରେନ୍ଦ୍ର ମୋଦି, ଅମିତ ଶାହ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପୋଷ୍ଟର ପୋଡିଛନ୍ତି ।

prabhat biswal arrestସୂଚନାଯୋଗ୍ୟ ସି ସୋର ଚିଟଫଣ୍ଡ ମାମଲାରେ ଗିରଫ ହେବା ପରେ ବିଧାୟକ ପ୍ରଭାତକ ବିଶ୍ୱାଙ୍କ ପ୍ରଥମ ରାତି କଟିଛି ସିବିଆଇ ଅଫିସରେ । ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ରିମାଣ୍ଡରେ ନେଇ ଆଜିଠାରୁ ଜେରା କରିବ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ । ବିଶେଷ କରି ପତ୍ନୀଙ୍କ ଆକାଉଂଟକୁ ସିସୋର ଆକାଉଂଟରୁ ଆସିଥିବା ଟଙ୍କା ନେଇ ଖୋଳତାଡ କରିବ ସିବିଆଇ । ସିସୋର ସହ ଲିଙ୍କ ନେଇ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଗିରଫ କରିବା ପରେ ପ୍ରେସ ରିଲିଜ୍ ଜାରି କରିଛି ସିବିଆଇ । ଯେଉଁଥିରେ ତଦନ୍ତକାରୀ ସଂସ୍ଥା ଏକ ଚାଂଚଲ୍ୟକର ତଥ୍ୟ ଦେଇଛି ।

କଟକ ତଥା ଏହାର ଆଖପାଖ ଅଂଚଳରେ ସିସୋର ଗ୍ରୁପ ଅଫ୍ କମ୍ପାନୀଜ କିଭଳି ସୁରୁଖୁରୁରେ ତାର ବ୍ୟବସାୟprabhat biswal arrest କରିପାରିବ ସେଥିରେ ସହାୟତା କରିଥିଲେ ବିଧାୟକ ପ୍ରଭାତ ବିଶ୍ୱାଳ । ଆଉ ଏଥିପାଇଁ ବିଧାୟକଙ୍କ ପତ୍ନୀଙ୍କ ଆକାଉଂଟକୁ ବିପୁଳ ପରିମାଣର ଟଙ୍କା ଆସିଥିଲା । ତେବେ ଏଟଙ୍କା କିଏ ଦେଇଛି , ସିବିଆଇ ତାର ପ୍ରେସ ରିଲିଜରେ ତାର ନାଁ ସ୍ପଷ୍ଟ କରିନି । ସେପଟେ ସିବିଆଇର ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଧାୟକଙ୍କ ପତ୍ନୀ ଲଷ୍ମୀବିଳାସିନୀ ବିଶ୍ୱାଳ । କହିଛନ୍ତି, ତାଙ୍କ ଆକାଉଂଟକୁ ସିସୋର ଆକାଉଂଟରୁ ମାତ୍ର ଦୁଇଥର ଟଙ୍କା ଆସିଛି । ଥରେ ୧୫ ଲକ୍ଷ ଏବଂ ଆଉ ଥରେ ୧୦ ଲକ୍ଷ ଟଙ୍କା । ଏହାବାଦ୍ ତାଙ୍କ ଆକାଉଂଟକୁ ଟଙ୍କା ଆସିନି । ସିବିଆଇକୁ ଚ୍ୟାଲେଂଜ କରି ଲଷ୍ମୀବିଳାସୀନି କହିଛନ୍ତି ଯଦି ସନ୍ଦେହ ରହିଛି ତେବେ ତାଙ୍କ ଆକାଉଂଟ ଯାଂଚ କରାଯାଉ ।