ଶ୍ରୀନଗରରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା । ଏନକାଉଣ୍ଟରରେ ଲସ୍କର ଆତଙ୍କବାଦୀ ନିହତ

69

କନକ ବ୍ୟୁରୋ : ଶ୍ରୀନଗରରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା । ଏନକାଉଣ୍ଟରରେ ଲସ୍କର ଆତଙ୍କବାଦୀ । ନିହତ ହର୍‌ୱାନ୍‌ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି । ଏ ନେଇ ରାତି ୪.୦୯ରେ ଟୁଇଟ୍‌ କରି କଶ୍ମୀର ଜୋନ୍‌ ପୁଲିସ ସୂଚନା ଦେଇଛି ।

କଶ୍ମୀର ପୁଲିସ ମୁଖ୍ୟ କହିଛନ୍ତି, ପୁଲିସ ସଂଗ୍ରହ କରିଥିବା ସୁନିର୍ଦ୍ଦିଷ୍ଟ ସୂଚନାକୁ ଆଧାର କରି ପୁଲିସ ଏବଂ ‘ସିଆର୍‌ପିଏଫ୍‌’ର ମିଳିତ ଦଳ ହର୍‌ୱାନ୍‌ ଅଞ୍ଚଳରେ ‘କର୍ଡନ୍‌-ଆଣ୍ଡ୍‌-ସର୍ଚ’ ଅଭିଯାନ ଆରମ୍ଭ କରିଥିଲେ । ତଲାସକାରୀ ନିରାପତ୍ତା ବଳ ଘେରି ଯିବାରୁ ଆତ୍ମଗୋପନ କରିଥିବା ଆତଙ୍କବାଦୀ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲା । ଆତ୍ମରକ୍ଷା ପାଇଁ ନିରାପତ୍ତା ବଳ ପାଲଟା ଗୁଳି ଚଳାଇବାରୁ ଏନ୍‌କାଉଣ୍ଟର୍‌ର ସୂତ୍ରପାତ ହୋଇଥିଲା ।

ସଦ୍ୟତମ ରିପୋର୍ଟ ଅନୁସାରେ, ନିହତ ଆତଙ୍କବାଦୀଜଣକ ବିଦେଶୀ ବୋଲି ଜଣାପଡୁଛନ୍ତି । କିନ୍ତୁ, ତାଙ୍କର ପ୍ରକୃତ ପରିଚୟ ଜାଣିବା ଲାଗି ଉଦ୍ୟମ ଜାରି ରହିଛି । ସୂଚନାଯୋଗ୍ୟ, ଏ ସପ୍ତାହର ପ୍ରାରମ୍ଭରେ ଦକ୍ଷିଣ ଶ୍ରୀନଗରର ରଙ୍ଗରେଥ୍‌ ଅଞ୍ଚଳରେ ମଧ୍ୟ ସଂକ୍ଷିପ୍ତ ଏନ୍‌କାଉଣ୍ଟର୍‌ରେ ଦୁଇଜଣ ‘ଲଶ୍କର୍‌-ଏ-ତୈବା’ ଆତଙ୍କବାଦୀ ନିପାତ କରିଥିବା କଥା ପୁଲିସ ଘୋଷଣା କରିଥିଲା ।