ରାଜ୍ୟ ବାହାରକୁ ଯାଉଛି ଖୋର୍ଦ୍ଧା ଶୁଖୁଆ । ଆସାମ, ନାଗାଲାଣ୍ଡ ଓ ମଣିପୁରକୁ ହେଉଛି ରପ୍ତାନୀ ।

242

କନକ ବ୍ୟୁରୋ: ଏ ଦୃଶ୍ୟ ହେଉଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ନିକଟ ୧୬ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଶୁଖୁଆ ଖଳାର ଦୃଶ୍ୟ । ଧାଡ଼ି ଧାଡ଼ି ହୋଇ ପଡ଼ିଛି ବେଡ଼ । ଏଥିରେ କେରାଣ୍ଡି, ଗଣିଆ, ତୋଡ଼ି, ବାଳିଆ ଭଳି ଶୁଖୁଆ ସୁଖୁଛି । ପୁରା ଦେଶୀ ଷ୍ଟାଇଲରେ ପ୍ରସ୍ତୁତ ହେଉଥିବା ଏହି ଶୁଖୁଆ ଓଡ଼ିଶା ଅପେକ୍ଷା ବାହାର ରାଜ୍ୟରେ ରହିଛି ଚାହିଦା । ତେଣୁ ଏଠାରୁ ପ୍ରାୟ ଟନ୍ ଟନ୍ ଶୁଖୁଆ ଆସାମ, ନାଗାଲାଣ୍ଡ ଓ ମଣିପୁରକୁ ରପ୍ତାନୀ ହେଉଛି ।  ପ୍ରତି ବର୍ଷ ଶୀତ ରୁତୁ ଆସିଲେ ଆସାମରୁ ବ୍ୟବସାୟୀ ମାନେ ଆସି ମାସ ମାସ ଧରି ଏଠାରେ ରହିବା ସହ ଶୁଖୁଆ ପ୍ରସ୍ତୁତ କରନ୍ତି । ଚିଲିକା, ଭୁଷଣ୍ଡପୁର ଓ କାଳୁପଡ଼ା ଅଂଚଳରୁ କଂଚା ମାଛ ସଂଗ୍ରହ କରି ଶୁଖୁଆ ପସ୍ତୁତ କରି ନିଜ ରାଜ୍ୟରେ ବିକ୍ରି କରନ୍ତି ।

ଆସାମରୁ କିଛି ବ୍ୟବସାୟୀ ଏଠାକାର ଲୋକଙ୍କ ସହଯୋଗରେ ଏହି ବ୍ୟବସାୟ କରୁଥିବା ବେଳେ ପାଖାପାଖି ୨୦ରୁ ୨୫ ଜଣ ଉପକୃତ ହେଉଛନ୍ତି । ଓଡ଼ିଶାରେ ଏହି ଶୁଖୁଆର ଚାହିଦା ନଥିବାବେଳେ ଆସମରେ ଏହାର ଅଧିକ ଚାହିଦା ରହିଛି । ତେଣୁ ବର୍ଷର ୬ରୁ ୭ ସାମ ଏଠାରେ ବ୍ୟବସାୟୀ ମାନେ ରହି ଶୁଖୁଆ ପ୍ରସ୍ତୁତ କରି ବିକ୍ରି କରୁଛନ୍ତି ।

ପଖାଳ ସାଙ୍ଗକୁ ଶୁଖୁଆର ମଜା ଟିକେ ନିଆରା । ଅନେକ ଲୋକଙ୍କର ଏହା ପ୍ରିୟ ଖାଦ୍ୟ ହୋଇଥିବା ବେଳେ କେହି କେହି ଏହାକୁ ଖାଇବାକୁ ନାପସନ୍ଦ କରନ୍ତି । କିନ୍ତୁ ଏଠାରୁ ପ୍ରସ୍ତୁତ ହେଉଥିବା ଶୁଖୁଆ ଆସାମ ଓ ନାଗାଲାଣ୍ଡ ଲୋକଙ୍କର ଅଧିକ ପସନ୍ଦ ବୋଲି କହିଛନ୍ତି ବ୍ୟବସାୟୀ ।