ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ : କର୍ଣ୍ଣାଟକରେ ଲିଙ୍ଗାୟତ ସନ୍ଥ ଶିବମୂର୍ତ୍ତି ମୁରୁଗା ଗିରଫ

134

କନକ ବ୍ୟୁରୋ : କର୍ଣ୍ଣାଟକର ଚିତ୍ରଦୂର୍ଗା ଜିଲ୍ଲାରେ ଥିବା ପ୍ରସିଦ୍ଧ ଲିଙ୍ଗାୟତ ଶୈବ ମଠ ମୁରୁଗା ମଠର ମୁଖ୍ୟ ମହନ୍ତ ଡ. ଶିବମୂର୍ତୀ ମୁରୁଗା ଶରଣରୁ ଗିରଫ । ଗତକାଲି ବିଳମ୍ବିତ ରାତିରେ କର୍ଣ୍ଣାଟକ ପୁଲିସ ତାଙ୍କୁ ଗିରଫ କରିଛି । ଶିଶୁ ଯୌନ ନିର୍ଯାତନା ମାମଲାରେ ତାଙ୍କୁ ଗିରଫ କରାଯାଇଛି । ସେ ଓ ଅନ୍ୟ ୪ ଜଣଙ୍କ ନାଁରେ ୨ ଜଣ ହାଇସ୍କୁଲ ଛାତ୍ରୀଙ୍କୁ ନିର୍ଯାତନା ଦେଉଥିବାର ଅଭିଯୋଗ ହୋଇଛି । ପୁଲିସ ପକସୋ ଆଇନ ଅଧିନରେ ଏହି ମାମଲାର ତଦନ୍ତ କରୁଛି । ଦୁଇ ନାବାଳିକାଙ୍କ ଅଭିଯୋଗ ଆଧାରରେ ମିସୁରୁ ନଗର ପୋଲିସ ମାମଲା ରୁଜୁ କରିଛି ।

ଅଭିଯୋଗ ଅନୁଯାୟୀ, ଏହି ମହନ୍ତ ଜଣଙ୍କ ଜଣେ ୧୫ ବର୍ଷ ଏବଂ ୧୬ ବର୍ଷର ଦୁଇ ଝିଅଙ୍କୁ ତିନି ବର୍ଷ ଧରି ଦୁଷ୍କର୍ମ କରିଥିବା ଅଭିଯୋଗ ରହିଛି । ଅଗଷ୍ଟ ୨୬ରେ ନାଜରବାଦ ପୋଲିସ ଷ୍ଟେସନରେ ଏହି ମହନ୍ତଙ୍କ ବିରୋଧରେ ଏକ ଏଫଆଇଆର ଦେଇଥିଲେ ପୀଡିତା । ବିବାଦ ବଢିବା ପରେ ମୁରୁଗାର କହିଥିଲେ ଯେ ତାଙ୍କୁ ଏକ ଷଡଯନ୍ତ୍ରରେ ସମ୍ପୃକ୍ତ କରାଯାଇଛି । ମହନ୍ତ ସୋମବାର ଜାମିନ ପାଇଁ ଆବେଦନ କରିଥିଲେ ।

କିନ୍ତୁ ମଙ୍ଗଳବାର ଦିନ ଏସସି / ଏସଟି (ପ୍ରିଭେନସନ୍ ଅଫ୍ ଆଟ୍ରୋସିଟିସ୍) ଅଧିନିୟମ ଅନୁଯାୟୀ ତାଙ୍କ ବିରୋଧରେ ଅତିରିକ୍ତ ଅଭିଯୋଗ ମଧ୍ୟ ଯୋଡା ହୋଇଥିଲା । ପୀଡିତଙ୍କ ମଧ୍ୟରୁ ଜଣେ ଅନୁସୂଚିତ ଜାତିର । ଲିଙ୍ଗାୟତ ସଂପ୍ରଦାୟ କର୍ଣ୍ଣାଟକରେ ଏକ ପ୍ରଭାବଶାଳୀ ସଂପ୍ରଦାୟ ଭାବେ ଜଣାଶୁଣା । କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ୟୁଦ୍ୟୁରାପ୍ପା ଏବଂ ଏବେର ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଏହି ସଂପ୍ରଦାୟର ।