ଆଜି ଆନ୍ତର୍ଜାତିକ ଫ୍ରେଣ୍ଡସିପ୍ ଡେ : ବାଲିର କଳାରେ ବାଲୁକା ଶିଳ୍ପୀ ମାନସଙ୍କ ଶୁଭେଚ୍ଛା ବାର୍ତା – ଲେଟସ୍ ଫ୍ରେଣ୍ଡସିପ୍ ବ୍ଲୁଜୁମ୍

24

କନକ ବ୍ୟୁରୋ :  ଆଜି ଆନ୍ତର୍ଜାତିକ ଫ୍ରେଣ୍ଡସିପ୍ ଡେ । ଏହି ଅବସରରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୂରା ଦୁନିଆକୁ ଜଣାଇଛନ୍ତି ଆନ୍ତର୍ଜାତିକ ଫ୍ରେଣ୍ଡସିପ୍ ଡେ’ର ଶଭେଚ୍ଛା । ବାଲିର ମୃର୍ତ୍ତିକଳାରେ ଦେଇଛନ୍ତି ଶାନ୍ତିର ବାର୍ତା । ପୁରୀ ସମୁଦ୍ର କୂଳରେ ତିଆରି କରିଛନ୍ତି ବାଲିର ଏକ କଳାକୃର୍ତି – ଲେଟସ୍ ଫ୍ରେଣ୍ଡସିପ୍ ବ୍ଲୁଜୁମ୍ । ଏହା ମାଧ୍ୟମରେ ବିଶ୍ୱର ସବୁ ଦେଶ ମଧ୍ୟରେ ଉତ୍ତମ ସଂପର୍କ ସ୍ଥାପନ ସହ , ସୁଖ ସମୃର୍ଦ୍ଧିର କାମନା କରିଛନ୍ତି ବାଲୁକା ଶିଳ୍ପୀ ମାନସ କୁମାର ସାହୁ ।