ଇଣ୍ଟର କଣ୍ଟିନେଣ୍ଟାଲ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ: ମଙ୍ଗୋଲିଆକୁ ୨-୦ ଗୋଲରେ ପରାସ୍ତ କଲା ଭାରତ 

129

କନକ ବ୍ୟୁରୋ : କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଇଣ୍ଟର କଣ୍ଟିନେଣ୍ଟାଲ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ବିଜୟ ସହ ଅଭିଯାନ ଆରମ୍ଭ କରିଛି ଭାରତ । ଶୁକ୍ରବାର ଭାରତ ତା’ର ପ୍ରଥମ ମ୍ୟାଚରେ ମଙ୍ଗୋଲିଆକୁ ୨-୦ ଗୋଲରେ ପରାସ୍ତ କରିଛି । ପୂରା ମ୍ୟାଚରେ ମଙ୍ଗୋଲିଆ ଉପରେ ଦବଦବା କାଏମ ରଖିଥିଲା ଭାରତ । ମ୍ୟାଚର ଦ୍ୱିତୀୟ ମିନିଟରେ ସାହାଲ ଅବଦୁଲ ସମଦ ଭାରତ ପାଇଁ ପ୍ରଥମ ଗୋଲ୍ ସ୍କୋର କରିଥିଲେ ।

୧୫ଶ ମିନିଟରେ ଲାଲିଆନଜୁଆଲା ଛାଙ୍ଗଟେ ଗୋଟିଏ ଗୋଲ୍ ଦେଇ ଭାରତକୁ ୨-୦ରେ ଆଗୁଆ କରାଇଥିଲେ । ମ୍ୟାଚର ଦ୍ୱିତୀୟାର୍ଦ୍ଧରେ ଉଭୟ ଦଳ ମଧ୍ୟରେ ଜୋରଦାର ଟକ୍କର ଦେଖିବାକୁ ମିଳିଥିଲା । କିନ୍ତୁ କେହି କାହାରିକୁ ଗୋଲ୍ ଦେଇପାରିନଥିଲେ । ଏଥିସହ ଭାରତ ମୁକାବିଲାକୁ ୨-୦ରେ ଜିତି ନେଇଥିଲା । ସେହିପରି ଶୁକ୍ରବାର ଖେଳାଯାଇଥିବା ଅନ୍ୟଏକ ମ୍ୟାଚରେ ଲେବାନନ୍ ୩-୧ ଗୋଲରେ ଭାନୁଆତୁକୁ ପରାସ୍ତ କରିଛି । ଆସନ୍ତା ୧୨ ତାରିଖରେ ଭାରତ ତା’ର ପରବର୍ତୀ ମ୍ୟାଚରେ ଭାନୁଆତୁକୁ ଭେଟିବ ।