ଆୟର୍ଲାଣ୍ଡ ବିପକ୍ଷରେ ଭାରତୀୟ ଦଳ ଘୋଷଣା: ଫେରିଲେ ଯଶପ୍ରୀତ ବୁମରାହ, ସମ୍ଭାଳିବେ ଅଧିନାୟକ ଦାୟିତ୍ୱ

1,003

କନକ ବ୍ୟୁରୋ: ଆଜି ଆୟର୍ଲାଣ୍ଡ ବିପକ୍ଷରେ ଭାରତୀୟ ଦଳ ଘୋଷଣା ହୋଇଛି । ବହୁତ ଦିନ ପରେ ଦଳକୁ ଫେରିଛନ୍ତି ଭାରତୀୟ ଷ୍ଟାର ବୋଲର ଯଶପ୍ରୀତି ବୁମରାହ । ଏହି ଟି-୨୦ ସିରିଜରେ ଭାରତ ପାଇଁ ବୁମରାହ ଅଧିନାୟକ ଦାୟିତ୍ୱ ତୁଲାଇବେ । ସେହିପରି ଉପ ଅଧିନାୟକ ଦାୟିତ୍ୱ ତୁଲାଇବେ ଋତୁରାଜ ଗାଏକ୍ୱାର୍ଡ । ଏହି ସ୍କ୍ୱାର୍ଡରେ ହାର୍ଦ୍ଦିକ ପାଣ୍ଡ୍ୟା, ରୋହିତ ଶର୍ମା, ରବିନ୍ଦ୍ର ଜାଡେଜା ଓ ବିରାଟ କୋହଲିଙ୍କ ଭଳି ସିନିୟର ଖେଳାଳିଙ୍କୁ ସାମିଲ କରାଯାଇ ନାହିଁ ।