ପୁଣି ପ୍ରଚାର ପାଇଁ ଓଡିଶା ଆସୁଛନ୍ତି ମୋଦୀ,ଶାହା ।୩ଟି ସ୍ଥାନରେ ଜନସଭାକୁ କରିବେ ସମ୍ବୋଧନ ।

583

କନକବ୍ୟୁରୋ: ପୁଣି ଓଡିଶା ଆସିବେ ମୋଦି,ଶାହା । ୨୮ରେ ଶାହା ୨୯ରେ ପୁଣି ଓଡିଶ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ୨୮ରେ ଶାହା ୩ଟି ଜନସଭାକୁ ସମ୍ବୋଧନ କରିବେ । ଚାନ୍ଦବାଲି ,କୋରୋଇ ଓ ନିମାପଡାରେ ନିର୍ବାଚନୀ ସଭାକୁ ସମ୍ବୋଧନ କରିବେ । ସେହିପରି ୨୯ରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମ ଦିନିକିଆ ଗସ୍ତରେ ଆସି ବାରିପଦା ଛଉ ପଡିଆରେ ଦିନ ୧୨ଟାରେ ବିଶାଳ ଜନସଭାକୁ ସମ୍ବୋଧିତ କରିବେ ।

ଏହାପରେ ଦିନ ୩ଟା ୩୦ ବାଲେଶ୍ୱର ସେ ଉଦବୋଧନ ଦେବେ । ପରେ କେନ୍ଦ୍ରାପଡାରେ ଜନସଭାରେ ଯୋଗ ଦେବେ । ଏହାସହ ୨୭ରେ ପୁଣି ଓଡିଶା ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ୨୭ରେ ଭଦ୍ରକ ଯାଜପୁର କେନ୍ଦ୍ରାପଡା କାକଟପୁର ଓ ୨୮ରେ ରାଇରଙ୍ଗପୁର ମୋରଡା ସୋର ଜଗତସିଂହପୁରରେ ପ୍ରଚାର କରିବେ । ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାଲେଶ୍ୱର ଭଦ୍ରକ ଜଗତସିଂହପୁର କେନ୍ଦ୍ରାପଡା ରେ ୨୭ରୁ ୩୦ ଯାଏଁ ପ୍ରଚାର କରିବେ । ୨୭ ଓ ୨୮ରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କେନ୍ଦ୍ରାପଡା ଓ ଭଦ୍ରକରେ ପ୍ରଚାର କରିବେ । ଏନେଇ ବିଜେପି ରାଜ୍ୟ ସଭାପତି ସୁଚନା ଦେଇଛନ୍ତି