ପ୍ରଚାରର ଶେଷ ପର୍ଯ୍ୟାୟ । ପୁଣି ଓଡିଶା ଆସୁଛନ୍ତି ମୋଦୀ ,ଶାହା । ମୈଦାନକୁ ଓହ୍ଲାଇବେ ବିଜେପିର ହେଭିୱେଟ ନେତା ।

341

କନକବ୍ୟୁରୋ:ଶେଷ ପର୍ଯ୍ୟାୟ, ଶେଷ ପ୍ରୟାସ । ବିଜେପିର ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ଆସୁଛନ୍ତି ଦଳର କେନ୍ଦ୍ରୀୟ ନେତା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ । ଏହି ଦୁଇ ନେତାଙ୍କ ସହ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ନବ ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କରିବେ ପ୍ରଚାର । ୨୮ ତାରିଖରେ ତିନୋଟି ସ୍ଥାନରେ ଅମିତ ଶାହ ପ୍ରଚାର କରିବେ । ସକାଳ ୧୦ଟାରେ ଚାନ୍ଦବାଲି ଏହାପରେ କୋରେଇ ଏବଂ ନିମାପଡାରେ ପ୍ରଚାର କରିବେ ।

ସେହିପରି ୨୯ରେ ମୋଦୀ ବାରିପଦା ଛଉ ପଡିଆ, ବାଲେଶ୍ୱର ଏବଂ କେନ୍ଦ୍ରାପଡାରେ ଜନସଭା କରିବେ । ଆସନ୍ତାକାଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କାକଟପୁର ଏବଂ ମଂଗଳବାର ରାଇରଂଗପୁର, ମୋରଡା, ସୋର ଏବଂ ଜଗତସିଂହପୁରରେ କରିବେ ପ୍ରଚାର । ସେହିପରି କେନ୍ଦ୍ରାପଡା ଏବଂ ଭଦ୍ରକରେ ମଧ୍ୟ ଦୁଇ ଦିନ ଧରି ଅଶ୍ୱିନୀ ବୈଷ୍ନବ ପ୍ରଚାର କରିବେ । ଏଥିସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବିଭିନ୍ନ ସ୍ଥାନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ।