‘ବିଜେପି ଗୁଣ୍ଡା ଓ ଜମି ମାଫିଆଙ୍କୁ ଦଳରେ ସାମିଲ କରୁଛି’ : ପ୍ରେସମିଟ କରି ବିଜେପି ଉପରେ ବର୍ଷିଲେ ସସ୍ମିତ ପାତ୍ର ।

158

କନକ ବ୍ୟୁରୋ: ବିଜେଡି ଛାଡି ବିଜେପିରେ ଆସିଥିବା ନେତାଙ୍କୁ ଟାର୍ଗେଟ କରିଛି ବିଜେଡି । କେବଳ ନେତା ନୁହଁ ବରଂ ଯେଉଁ ଦଳ କୋଳାଇ ନେଇଛି ଅର୍ଥାତ ବିଜେପିକୁ ମଧ୍ୟ ସମାଲୋଚନା କରିଛି ବିଜେଡି । ବିଶେଷ କରି କେନ୍ଦ୍ରାପଡାରେ ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା, ଖୋର୍ଦ୍ଧାର ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବିଜେଡି ସାଂସଦ ସସ୍ମିତ ପାତ୍ର ଟାର୍ଗେଟ କରିଛନ୍ତି ।

ଦଳରେ ପୂର୍ବତନ ସହଯୋଗୀ ଥିବା ପ୍ରଶାନ୍ତ ଜଗଦ୍ଦେବଙ୍କୁ ସସ୍ମିତ ପାତ୍ର ଗୁଣ୍ଡା ବୋଲି କହିଛନ୍ତି । କହିଛନ୍ତି, ଏହି ନେତାଙ୍କୁ ପୂର୍ବରୁ ବିଜେପି ସମାଲୋଚନା କରୁଥିଲା କିନ୍ତୁ ଏବେ ସେହି ଦଳ କୋଳେଇ ନେଇଛି ବୋଲି କହି ବିଜେପିକୁ କଟାକ୍ଷ କରିଛନ୍ତି ସସ୍ମିତ ପାତ୍ର । ବିଜେପି ଗୁଣ୍ଡା ଶ୍ରେଣୀର ଲୋକ, ମନି ଲଣ୍ଡ୍ରିଂ , ଜମି ମାଫିଆଙ୍କୁ ଦଳରେ ସାମିଲ କରି ଟିକେଟ ଦେଉଥିବା ଅଭିଯୋଗ କରିଛନ୍ତି ସସ୍ମିତ ।