କ୍ରେନ୍ ଖସି ପଡ଼ିବାରୁ ୧୫ ଜଣଙ୍କ ମୃତ୍ୟୁ : ଆଉ କିଛି ଶ୍ରମିକ ଫସି ରହିଥିବା ଆଶଙ୍କା; ଏନଡିଆରଏଫ୍ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି

764

କନକ ବ୍ୟୁରୋ : ମହାରାଷ୍ଟ୍ରର ଥାନେରେ ବଡ଼ ଦୁର୍ଘଟଣା । କ୍ରେନ୍ ଖସି ପଡ଼ିବାରୁ ୧୫ ଜଣ ଶ୍ରମିକଙ୍କ ଚାଲିଯାଇଛି ଜୀବନ । ତିନିଜଣ ଗୁରୁତର ଥିବା ସୂଚନା ମିଳିଛି । ଥାନେ ଜିଲ୍ଲା ଶାହାପୁର ଠାରେ କାମ ଚାଲିଥିବା ବେଳେ ଏଭଳି ଅଘଟଣ ଘଟିଛି । ସମୃଦ୍ଧି ଏକ୍ସପ୍ରେସ ହାଇୱେ’ ନିର୍ମାଣ କାମରେ ନିୟୋଜିତ ଥିଲା ଏହି କ୍ରେନ୍ । କ୍ରେନ୍ ତଳେ ଆଉ କିଛି ଶ୍ରମିକ ଫସି ରହିଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ଏନଡିଆରଏଫର ଦୁଇଟି ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।