ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ । ପୁଅଙ୍କ ତୁଳନାରେ ଝିଅଙ୍କ ପାସ ହାର ଅଧିକ ।

250

କନକବ୍ୟୁରୋ: ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ । ଏକା ସାଙ୍ଗରେ ପ୍ରକାଶ ପାଇଛି ଉଭୟ କଳା, ବିଜ୍ଞାନ ଏବଂ ବାଣିଜ୍ୟର ପରୀକ୍ଷା ଫଳ । କଳାରେ ପାସ ହାର ୮୦.୯୫ ପ୍ରତିଶତ ରହିଛି । ଝିଅଙ୍କ ପ୍ରଦର୍ଶନ ପୁଅଙ୍କ ତୁଳନାରେ ଭଲ ରହିଛି । କଳାରେ ୧ ଲକ୍ଷ ୪ ହଜାର ୪୪୭ ଜଣ ପୁଅ ପରୀକ୍ଷାର୍ଥୀ ରହିଥିବା ବେଳେ ୭୫ ହଜାର ୯୧୩ ଜଣ ପାସ୍ କରିଛନ୍ତି । ପୁଅଙ୍କ ପାସ ହାର ୭୨.୬୮ ପ୍ରତିଶତ ରହିଛି । ସେହିପରି ୧ ଲକ୍ଷ ୩୦ ହଜାର ୭୭୧ ଜଣ ଝିଅଙ୍କ ମଧ୍ୟରୁ ୧ ଲକ୍ଷ ୧୪ ହଜାର ୫୧୬ ଜଣ ଝିଅ ପାସ କରିଛନ୍ତି । ଝିଅଙ୍କ ପାସ ହାର ୮୭. ୫୬ ପ୍ରତିଶତ ରହିଛି । ମୋଟ୍ ପରୀକ୍ଷାର୍ଥୀ ୨ ଲକ୍ଷ ୩୫ ହଜାର ୨୧୮ ଜଣ ରହିଥିବା ବେଳେ ୧ ଲକ୍ଷ ୯୦ ହଜାର ୪୨୯ ଜଣ ପାସ କରିଛନ୍ତି । ବିଜ୍ଞାନରେ ୧ ଲକ୍ଷ ୧୫ହଜାର ୮୯୫ ପରୀକ୍ଷାର୍ଥୀ ଥିବା ବେଳେ ୧ ଲକ୍ଷ ୭୫୭ ଜଣ ପାସ କରିଛନ୍ତି । ପାସ ହାର ୮୬.୯୩ ପ୍ରତିଶତ ରହିଛି । ବାଣିଜ୍ୟରେ ୨୫ହଜାର ୮୯୭ ଜଣ ପରୀକ୍ଷାର୍ଥୀ ରହିଥିବା ବେଳେ ୨୧ ହଜାର ୩୦୮ ଜଣ ପାସ କରିଛନ୍ତି । ପାସ ହାର ୮୨.୨୭ ପ୍ରତିଶତ ରହିଛି । ଚଳିତ ବର୍ଷ ୩ଲକ୍ଷ ୮୬ ହଜାର ୨୫୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି ।  ତେବେ www.orissaresults.nic.in ରେ ପୁରା ରେଜଲ୍ଟ ଉପଲବ୍ଧ ହେବ ବୋଲି ସିଏଚଏସଇ ପକ୍ଷରୁ ସୂଚନା ଦିଆଯାଇଛି ।