ରୋହିତ-ଗିଲଙ୍କ ବିସ୍ଫୋରକ ଶତକ: ୩୮୫ ରନର ବିଶାଳ ସ୍କୋର କଲା ଭାରତ, ନ୍ୟୁଜିଲାଣ୍ଡକୁ ଟାର୍ଗେଟ ୩୮୬ ରନ

181

କନକ ବ୍ୟୁରୋ: ଆଜି ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଦିନିକିଆ ମ୍ୟାଚ । ଏହି ମ୍ୟାଚରେ ଭାରତ ଦମଦାର ବ୍ୟାଟିଂ କରିଛି । ଦଳ ପକ୍ଷରୁ ଦୁଇ ଓପନର ବିସ୍ଫୋରକ ବ୍ୟାଟିଂ କରି ଶତକ ହାସଲ କରିଥିଲେ । ଫଳରେ ଦଳ ୩୮୫ ରନର ବିଶାଳ ସ୍କୋର କରିବାରେ ସଫଳ ହୋଇଛି । ଏବେ ନ୍ୟୁଜିଲାଣ୍ଡ ଆଗରେ ୩୮୬ ରନର ଟାର୍ଗେଟ ରହିଛି । ଦଳକୁ ଜିତିବାକୁ ହେଲେ ଏହି ବିଜୟ ଲକ୍ଷ୍ୟ ପୂରଣ କରିବାକୁ ହେବ ।

ଆଜି ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ଦଳ ଆରମ୍ଭ ବିସ୍ଫୋରକ ବ୍ୟାଟିଂ କରିଥିଲା । ଦୁଇ ଓପନର ରୋହିତ ଶର୍ମା ଓ ଶୁଭମନ ଗିଲ ଶତକ ହାସଲ କରିଥିଲେ । ଦଳ ପକ୍ଷରୁ ରୋହିତ ୧୦୧, ଗିଲ ୧୧୨, ହାର୍ଦ୍ଦିକ ପାଣ୍ଡ୍ୟା ୫୪ ଓ ବିରାଟ କୋହଲି ୩୬ ରନ କରିଥିଲେ । ଫଳରେ ଦଳ ୫୦ ଓଭରରେ ୯ ୱିକେଟ ହରାଇ ୩୮୫ ରନ କରିବାରେ ଶଫଳ ହୋଇଛି ।