ଅବସରପ୍ରାପ୍ତ ଆଇଏଏସ୍ ଅଫିସରଙ୍କ ଘରେ ଲୁଟ୍ । ବିରୋଧ କରିବାରୁ ପତ୍ନୀଙ୍କୁ ନିର୍ମମ ହତ୍ୟା ।

391

କନକ ବ୍ୟୁରୋ: ଉତ୍ତରପ୍ରଦେଶ ଲକ୍ଷେ୍ନøରେ ଘଟିଛି ଅଭାବନୀୟ ଘଟଣା । ଇନ୍ଦିରାନଗର ଥାନା କ୍ଷେତ୍ର ଅନ୍ତର୍ଗତ ସେକ୍ଟର ୨୨;ରେ ରହୁଥିବା ଅବସରପ୍ରାପ୍ତ ଆଇଏଏସ୍ ଅଫିସର ଡିଏନ୍ ଦୁବେଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ଏଥିରେ ବିରୋଧ କରିବାରୁ ଆଇଏଏସଙ୍କ ପତ୍ନୀ ମୋହନୀଙ୍କୁ ନିର୍ମମ ଭାବେ ହତ୍ୟା କଲେ ଦୁର୍ବୃତ୍ତ ।

ଆଜି ସକାଳେ ଘଟିଛି ଏଭଳି ଘଟଣା । ଡିଏନ୍ ଦୁବେ ଗୋଲ୍ଫ ଖେଳି ଘରକୁ ଫେରିବା ବେଳକୁ ଚଟାଣରେ ପତ୍ନୀଙ୍କ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ତାଙ୍କ ଗଳାରେ ରଶି ଲାଗିଥିଲା । ତୁରନ୍ତ ପୋଲିସକୁ ଖବର ଦେବାରୁ ଫରେନ୍ସିକ୍ ଟିମ୍ ସହ ଡଗ୍ ସ୍କ୍ୱାଡ୍ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ ପୋଲିସ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି ।