କଟକ ସ୍ଥିତ ଗୁରୁ ନାନକ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ, ଯୋଗଦେଲେ କଟକ ସାଂସଦ

169

କନକ ବ୍ୟୁରୋ : କଟକ ସ୍ଥିତ ଗୁରୁ ନାନକ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ନିକଟସ୍ଥ କମଳାକାନ୍ତ ବିଦ୍ୟାପୀଠ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମାରୋହରେ ମୁଖ୍ୟ ଅତିଥି ଭାବେ କଟକ ସାଂସଦ ଭର୍ତ୍ତୁହରି ମହାତାବ ଯୋଗଦେଇଥିଲେ । ସମ୍ମାନନୀୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ସୌଭିକ ବିଶ୍ୱାଳ, ବରିଷ୍ଠ ପ୍ରଶାସକ ବିଶ୍ୱରଞ୍ଜନ ସାସମଲ, କର୍ପୋରେଟର ପ୍ରଳୟା ବେଉରା ମଧ୍ୟ ଯୋଗଦାନ କରି ଉତ୍ସବକୁ ଗୌରବମଣ୍ଡିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ଅଧ୍ୟକ୍ଷା ଞ୍ଚିତା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଉତ୍ସବଟି ସମାହିତ ହୋଇଥିଲା । ବିଦ୍ୟାଳୟ ପରିଚାଳନା କମିଟିର ସଭାପିତି ସର୍ଦ୍ଦାର ଡି.ଏସ୍ ସର୍ବୱାଲ, ସମ୍ପାଦକ ସର୍ଦ୍ଦାର ସମ୍ରାଟ ବିକ୍ରମ ସିଂ ତଥା ଗୁରୁଦ୍ୱାର ଓ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟାମାନେ ଯୋଗଦେଇ ସଭାଟିକ ସାଫଲ୍ୟମଣ୍ଡିତ କରିଥିଲେ ।