ନିଲ୍ ଆର୍ମଷ୍ଟ୍ରଙ୍ଗଙ୍କ ସହ କରିଥିଲେ ମହାକାଶ ଯାତ୍ରା, ଏବେ ୯୩ତମ ଜନ୍ମଦିନରେ କଲେ ବିବାହ

239

କନକ ବ୍ୟୁରୋ : ପୂର୍ବ ଅନ୍ତରୀକ୍ଷ ଯାତ୍ରୀ ଏଡୱିନ ବଜ୍ ଅଲଡ୍ରିନ ଯିଏ କି ନେଲ ଆର୍ମଷ୍ଟ୍ରଙ୍ଗଙ୍କ ପରେ ୧୯୬୯ ମସିହାରେ ଚନ୍ଦ୍ରକୁ ଯିବାର ଦ୍ୱତୀୟ ବ୍ୟକ୍ତି ସେ ଶୁକ୍ରବାର ଦିନ ନିଜ ୯୩ତମ ଜନ୍ମଦିନରେ ବିବାହ କରିଛନ୍ତି । ସେ ଯେଉଁ ମହିଳାଙ୍କୁ ବିବାହ କରିଛନ୍ତି ତାଙ୍କ ସହ ଅଲଡ୍ରିନଙ୍କର ଦୀର୍ଘଦିନର ପ୍ରେମ ସଂପର୍କ ଥିଲା । ଏନେଇ ଅଲଡ୍ରିନ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି । ସେ ଲେଖିଛନ୍ତି କି, ମୋର ୯୩ତମ ଜନ୍ମଦିନରେ ମୋତେ ଲିଭିଂ ଲିଜେଣ୍ଟଓ ଅଫ ଏଭିଏସନ ପୁରସ୍କାର ମିଳିଲା ଓ ମୁଁ ଦୀର୍ଘଦିନ ଧରି ଭଲପାଉଥିବା ଡା ଏଂକା ଫାରଙ୍କୁ ବିବାହ କଲି । ଏନେଇ ଲସ୍ ଏଞ୍ଜଲ୍ସ ଠାରେ ଏକ ଛୋଟ ବିବହା ଭୋଜିର ଆୟୋଜନ କରାଯାଇଥିଲା ।

ଏଲଡ୍ରିନଙ୍କ ତରଫରୁ ଟକ୍ସିଡୋରେ ନିଜର କିଛି ଫଟୋ ସେୟାର କରିଛନ୍ତି । ଏହାସହ ଜନ୍ମଦିନରେ ଯେଉଁ ପ୍ରଶଂସକମାନେ ତାଙ୍କୁ ଶୁଭକାମନା ଜଣାଇଥିଲେ ସେ ତାଙ୍କୁ ଧନ୍ୟବାଦ ଦେଇଛନ୍ତି । ସେ କହିଛନ୍ତି କି ମୋର ଆଶା ରହିଛି କି, ସୂର୍ଯ୍ୟଙ୍କ ଚାରିପଟେ ଥିବା ଆହୁରି ଅନେକ ରହସ୍ୟ ଖୋଜିବାରେ ମୋର ପ୍ରୟାସ ଜାରି ରହିବ । ଜୁଲାଇ ୧୯୬୯ ମସିହାରେ ମିଶନ କମାଣ୍ଡର ନେଲ ଆର୍ମଷ୍ଟ୍ରଙ୍ଗ, ପାଇଲଟ ବଜ୍ ଅଲଡ୍ରିନ ଓ କମାଣ୍ଡ ପାଇଲଟ ମାଇକଲ କୋଲିନ୍ସ ଚନ୍ଦ୍ରରେ ୨.୫ଲକ୍ଷ ମାଇଲ ଯାତ୍ରା ପାଇଁ ଆପୋଲ ୧୧ରେ ଉଡାଣ ଭରିଥିଲେ । ସେମାନେ ତାଙ୍କ ଗନ୍ତବ୍ୟ ସ୍ଥଳରେ ପହଂଚିବାକୁ ପ୍ରାୟ ୪ଦିନ ଲାଗିଥିଲା ।

ଏହି ଉଡାଣରେ ନେଲ ଆର୍ମଷ୍ଟ୍ରଙ୍ଗ ୨ଘଣ୍ଟା ୩୨ ମିନିଟ ଚନ୍ଦ୍ରରେ ରହିଥିଲେ । ତାଙ୍କ ପଛରେ ଯାଇଥିବା ଏଲଡ୍ରିନ ନେଲ ଆର୍ମଷ୍ଟ୍ରଙ୍ଗ ଠାରୁ ଚନ୍ଦ୍ରରେ ୧୫ ମିନିଟ କମ ରହିଥିଲେ । ଏହାସହ ସେମାନେ ଓବଲ ଅଫିସରୁ ରେଡିଓ ମାଧ୍ୟମରେ ରାଷ୍ଟ୍ରପତି ରିଚର୍ଡ ନିକ୍ସନଙ୍କ ସହ କଥା ମଧ୍ୟ ହୋଇଥିଲେ ।