ଭଦ୍ରକରେ ଅଭାବନୀୟ ଘଟଣା : ସ୍ତ୍ରୀକୁ ଗୁଳିକରି ହତ୍ୟା କଲା ସ୍ୱାମୀ, ପାରିବାରିକ କଳହରୁ ହତ୍ୟାକାଣ୍ଡ ସନ୍ଦେହ

38

କନକ ବ୍ୟୁରୋ : ସ୍ତ୍ରୀକୁ ଗୁଳିମାରିଲା ସ୍ୱାମୀ । ଭଦ୍ରକ ଟାଉନ ଥାନା ଡାହାଣିଗୋଡିଆରେ ଏଭଳି ଘଟଣା ଘଟିଛି । ସ୍ୱୀମାର ଗୁଳିମାଡ଼ରେ ସ୍ତ୍ରୀର ମୃତ୍ୟୁ ହୋଇଛି । ସିକ୍ୟୁରିଟି ଗାର୍ଡ ଗୌତମ ସୂତାର ନିଜ ସ୍ତ୍ରୀ ଅର୍ଣ୍ଣପୂର୍ଣ୍ଣାଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ପୁଲିସ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିଛି । ତେବେ କଣ ପାଇ ସେ ନିଜ ସ୍ତ୍ରୀକୁ ଗୁଳିମାରିଲେ ତାହା ଜଣାପଡିନାହିଁ । ପୁଲିସ ଗୌତମଙ୍କୁ ଗିରଫ କରି ପଚରାଉଚରା କରୁଥିବା ଜଣାପଡିଛି ।