ଟଙ୍କ ତୋରାଣି ନାଁରେ ଦହି ପାଣି, କ୍ୟାମେରା ଆଗରେ ସ୍ୱୀକାର କଲେ ବ୍ୟବସାୟୀ । ଶ୍ରଦ୍ଧାଳୁ କହିଲେ ମହାପ୍ରଭୁଙ୍କ ବିଶ୍ୱାସ ଓ ଭାବନାକୁ ନେଇ ଚାଲିଛି ଖେଳ ।

388

କନକ ବ୍ୟୁରୋ: ଶ୍ରୀମନ୍ଦିର ଭିତରେ ବନ୍ଦ ହୋଇଯାଇଛି ମହାପ୍ରଭୁଙ୍କ ଟଙ୍କ ତୋରାଣୀ । ହେଲେ ମନ୍ଦିର ବାହାରେ ଭକ୍ତଙ୍କ ପାଇଁ ମିଳୁଛି ଭେଜାଲ ଟଙ୍କ ତୋରାଣୀ । ରାସ୍ତା ଉପରେ ବେଧଡକ ବିକ୍ରି ହେଉଛି । ଦୋକାନୀ, ଦହି ପାଣିକୁ କହୁଛି ଟଙ୍କ ତୋରାଣୀ । ଆଉ ଦୁର ଦୁରରୁ ଆସୁଥିବା ଶ୍ରଦ୍ଧାଳୁ , ଶ୍ରଦ୍ଧାର ସହ ଟଙ୍କ ତୋରାଣୀ ଭାବି ତାକୁ ପିଉଛି ।

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପରେ ଇଛା ହୁଏ ଆନନ୍ଦ ବଜାର ଯାଇ ଅବଢା ଖାଇବେ ଓ ଟଙ୍କ ତୋରାଣୀ ପିଇବେ । ତେବେ ଆନନ୍ଦ ବଜାରରେ ତୋରାଣୀ ବିକ୍ରି ବନ୍ଦ ହେବା ପରେ ଏହାକୁ ବେପାର କରିଦେଇଛନ୍ତି ଅସାଧୁ ବ୍ୟବସାୟୀ । ବଡ କଥା ହେଉଛି ପ୍ରତିଦିନ ମନ୍ଦିର ବାହାରେ ଭକ୍ତଙ୍କ ଭାବନା ସହ ଏଭଳି ଖେଳ ଚାଲିଥିବା ବେଳେ ପ୍ରଶାସନ ଏହା ଉପରେ ରୋକ ଲଗାଇପାରୁନାହିଁ । ଏସବୁ ଭିତରେ ଆନନ୍ଦବଜାରରେ ପୁଣି କେବେ ଟଙ୍କ ତୋରାଣି ମିଳିବ ଏବଂ ଆଧ୍ୟାତ୍ମିକ ଭାବନା ସହ ଜଡିତ ଟଙ୍କ ତୋରାଣୀ ଭଳି ପରମ୍ପରାକୁ ଶ୍ରୀମନ୍ଦିର ପ୍ରଶାସନ କେମିତି ବଂଚାଇ ରଖିବ, ସେନେଇ ପ୍ରଶ୍ନ ଉଠିଛି ।