ହେମନ୍ତ ସୋରେନଙ୍କୁ କୋର୍ଟଙ୍କ ଝଟକା । କହିଲେ, କେଜ୍ରିୱାଲଙ୍କ ଆଧାରରେ ମିଳିବ ନାହିଁ ଜାମିନ । ଜାଣନ୍ତୁ ପରବର୍ତ୍ତୀ ଶୁଣାଣି ତାରିଖ କେବେ

267

କନକ ବ୍ୟୁରେ: କଥିତ ଜମି ଦୁର୍ନୀତି ମାମଲାରେ ଜେଲରେ ହେମନ୍ତ ସୋରେନଙ୍କ ମାମଲାର ଆଜି ଶୁଣାଣି ହୋଇଛି । ଏହି କ୍ରମରେ ସୁପ୍ରିମକୋର୍ଟ ଇଡିକୁ ମେ’୧୭ ତାରିଖ ସୁଦ୍ଧା ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି କ୍ରମରେ ହେମନ୍ତ ସୋରେନଙ୍କ ଓକିଲ କପିଲ ସିବଲଙ୍କ ତରଫରୁ କୋର୍ଟରେ ଦଲିଲ ରଖାଯାଇଥିଲା । ସେପେଟେ ଝାଡଖଣ୍ଡର ଏମପିଏମଲଏ କୋର୍ଟ ହେମନ୍ତ ସୋରେନଙ୍କୁ ବଡ ଝଟକା ଦେଇଛନ୍ତି । ହେମନ୍ତଙ୍କ ଗିରଫଦାରୀକୁ ବିରୋଧ କରାଯାଇ କରାଯାଇଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି ।

ଜଷ୍ଟିସ୍ ସଂଜୀବ ଖାନ୍ନା ଓ ଜଷ୍ଟିସ ଦୀପାଙ୍କର ଦତ୍ତା ପ୍ରଥମରୁ ଏହି ମାମଲାର ଶୁଣାଣି ପାଇଁ ମେ’ ୨୦ ତାରିଖ ଧାର୍ଯ୍ୟ କରିଥିବା ବେଳେ ହେମନ୍ତଙ୍କ ଓକିଲ କହିଥିଲେ କି, ସେତେବେଳେକୁ ନିର୍ବାଚନ ଶେଷ ପର୍ଯ୍ୟାୟକୁ ଆସିଯାଇଥିବ, ଏହା ହେମନ୍ତଙ୍କ ପାଇଁ ପକ୍ଷପାତ ହେବ ବୋଲି କପିଲ ସିବଲ କହିଥିଲେ । ଏହାପରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି ମେ’୧୭ ତାରିଖରେ ହେବ ବୋଲି ସ୍ଥିର କରିଛନ୍ତି ।

କପିଲ ସିବଲ ସୋରେନଙ୍କ ପକ୍ଷ ରଖି କୋର୍ଟଙ୍କୁ କହିଥିଲେ କି, “ମୋର ଏହି ମାମଲାର ମିଳିଥିବା ଆଦେଶକୁ ପୁନରାବୃତି କରାଯାଉ, ଓ ମୋତେ ନିର୍ବାଚନ ଅଭିଯାନରେ ସାମିଲ ହେବା ପାଇଁ ଜାମିନ ପ୍ରଦାନ କରାଯାଉ” । ସିବଲଙ୍କ ଯୁକ୍ତି ଉପରେ କୋର୍ଟ କହିଛନ୍ତି କି, ଏହି ସପ୍ତାହରେ ଅନେକଗୁଡିଏ କାମ ରହିଛି ଓ ଅନେକ ମାମଲାର ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହୋଇସାରିଛି । ତେଣୁ ଏହି ମାମଲାର ଶୁଣାଣି ୧୭ ତାରିଖରେ କରାଯିବ ।