ପୃଥିବୀ ବାହାରେ ରହିଛି ଆଉ ଏକ ପୃଥିବୀ! ଜାଣନ୍ତୁ ସୂର୍ଯ୍ୟଙ୍କ ନିକଟରେ ଥିବା ଏହି ଗ୍ରହ ସର୍ମ୍ପକରେ କିଛି ରୋଚକ ତଥ୍ୟ
ପୃଥିବୀଠାରୁ ୬ ଆଲୋକବର୍ଷ ଦୁରରେ ଥିବା ବରଫାବୃତ ସୁପର୍ ଆର୍ଥର ମିଳିଲା ସନ୍ଧାନ
ମହାକାଶ ବିଜ୍ଞାନୀଙ୍କୁ ବଡ଼ ସଫଳତା । ୬ ଆଲୋକ ବର୍ଷ ଦୁରରେ ଥିବା ସୁପର୍ ଆର୍ଥ ସନ୍ଧାନ କରିବାରେ ବିଜ୍ଞାନୀଙ୍କୁ ମିଳିଛି ଏହି ସଫଳତା । ଏହା ସୂର୍ଯ୍ୟର ସବୁଠାରୁ ନିକଟତମ କକ୍ଷପଥରେ ରହିଥିବାରୁ ଗ୍ରହରେ ଜୀବନର ସତା ସମ୍ଭବ କି ନାହିଁ ସେ ଦିଗରେ ଆରମ୍ଭ ହୋଇଛି ଗବେଷଣା । ମଣିଷ ମନରେ ଥିବା ଏହି ରହସ୍ୟକୁ ଖୋଜିବା ପାଇଁ ଗବେଷକ ମାନେ ଅହରହ ଲାଗିଥିବା ବେଳେ ମିଳିଛି ଏହି ଖୁସିର ଖବର ।
Kanak News is now on WhatsApp
Join and get latest news updates delivered to you via WhatsApp
ପୃଥିବୀ ବାହାରେ ଜୀବନର ଉପସ୍ଥିତିକୁ ନେଇ ମହାକାଶ ବିଜ୍ଞାନୀ ଜୋରସୋରରେ ଲାଗିଥିବା ବେଳେ ମିଳିଛି ସୁପର୍ ଆର୍ଥର ସନ୍ଧାନ । ଏସମ୍ପର୍କରେ ନେଚର ପତ୍ରିକାରେ ବିସ୍ତୃତ ଭାବେ ପ୍ରକାଶ ପାଇଛି । ପୃଥିବୀ ପୃଷ୍ଠରୁ ୬ ଆଲୋକବର୍ଷ ଦୂରରେ ଏହି ସୁପର ଆର୍ଥ ଅବସ୍ଥିତ ହୋଇଥିବା ବେଳେ ଏହା ସୂର୍ଯ୍ୟର ସବୁଠୁ ନିକଟତମ କକ୍ଷପଥରେ ସୂର୍ଯ୍ୟକୁ ପ୍ରଦକ୍ଷିଣ କରୁଛି । ତେବେ ବରଫ ଦ୍ୱାରା ଆବୃତ ଏହି ଗ୍ରହରେ ବସବାସ ସମ୍ଭବ ନଥିବା ପ୍ରାକ୍ ଅନୁମାନ କରିଛନ୍ତି ବିଜ୍ଞାନୀ । ଏହାର ନାଁ ବାର୍ଣ୍ଣାଡ୍ ଷ୍ଟାର୍ ରଖାଯାଇଛି ଓ ନୂଆ ଗ୍ରହ ସମ୍ପର୍କରେ କ୍ୟାଟାଲୋନିୟା ତଥା ସ୍ପେନର ମହାକାଶ ବିଜ୍ଞାନୀ ଗବେଷଣା କରୁଥିବାର ଜଣାପଡ଼ିଛି ।
ନୂଆ ଗ୍ରହ ସମ୍ପର୍କରେ କିଛି ରୋଚକ ତଥ୍ୟ :
– ଏହି ଗ୍ରହ ପୃଥିବୀଠାରୁ ୩.୨ଗୁଣା ଅଧିକ ଓଜନ ବିଶିଷ୍ଟ ଓ ସୂର୍ଯ୍ୟର ନିକଟତର ହେବା ସତ୍ୱେ ପୃଥିବୀ ତୁଳନାରେ ୨ ପ୍ରତିଶତ କମ୍ ଶକ୍ତି ପାଇଥାଏ ।
– ଗ୍ରହର ତାପମାତ୍ରା ସାଧାରଣତଃ ମାଇନସ୍ ୧୭୦ ଡିଗ୍ରୀ ସେଲସିଅସ୍ ରହୁଥିବାରୁ ଗ୍ରହରେ ଜୀବନର ସମ୍ଭାବନା ଖୁବ କମ ଥିବା ମହାକାଶ ବିଜ୍ଞାନୀ ଅନୁମାନ କରିଛନ୍ତି ।
– ଗ୍ରହରେ ତରଳ ଜଳ ନଥିବାରୁ ଏହା ବାସୋପଯୋଗୀ ନୁହଁ ଓ ଗ୍ୟାସ କିମ୍ବା ଜଳ କେବଳ କଠିନ ବା ବରଫ ଅବସ୍ଥାରେ ରହୁଥିବାର କହିଛନ୍ତି ମହାକାଶ ବିଜ୍ଞାନୀ ।
– ଏହା ଏକ ଛୋଟ ଓ ବରଫାବୃତ ଗ୍ରହ ହୋଇଥିବା ବେଳେ ସୂର୍ଯ୍ୟଠାରୁ ପ୍ରାୟତଃ ଦୁଇଗୁଣା ପୁରୁଣା ହୋଇଥିବାରୁ କମ୍ ଆଲୋକ ବିକିରଣ କରୁଥିବା ବିଜ୍ଞାନୀ କହିଛନ୍ତି ।
– ଡପଲର୍ ଦ୍ୱାରା ୨୦ ବର୍ଷର ନିରବଚ୍ଛିନ୍ନ ଗବେଷଣା ପରେ ୟୂରୋପୀୟ ମହାକାଶ ବିଜ୍ଞାନୀ ସୁପର୍ ଆର୍ଥକୁ ସନ୍ଧାନ କରିବାରେ ସଫଳ ହୋଇପାରିଛନ୍ତି ।
ସବୁ ଗ୍ରହଠାରୁ ପୃଥିବୀ ଅଲଗା । କାରଣ ଏଠି ଜୀବଜଗତ ସମ୍ଭବ । ଯାହା ଆଉ କୌଣସି ଗ୍ରହରେ ସମ୍ଭବ ନୁହେଁ । ବୈଜ୍ଞାନିକମାନେ ଚିନ୍ତା କରୁଛନ୍ତି ଆଉ କେଉଁ ଗ୍ରହରେ ଜୀବନ ସମ୍ଭବ ହୋଇ ପାରିବ । ଏ ଦିଗରେ ଜଳର ଅନୁପସ୍ଥିତି ଯୋଗୁ ବାର୍ଣ୍ଣାଡ୍ ଷ୍ଟାର ଗ୍ରହ ବାସୋପଯୋଗୀ ନୁହଁ ବୋଲି ଜଣାପଡ଼ିଛି ।