‘ଦାରୁ’ଙ୍କୁ ନେଇ ତେଜିଲା ରାଜନୀତି !

156

କନକ ବ୍ୟୁରୋ : ମହାପ୍ରଭୁଙ୍କ ନବକଳେବର ବେଳେ ଚିହ୍ନଟ ହୋଇଥିବା ଦାରୁକୁ ନେଇ ଏବେ ଜୋର୍ ଧରିଛି ରାଜନୀତି । ଦାରୁ ଚୟନରେ ଅନିୟମିତତା ନେଇ ଅଭିଯୋଗ ଆଣିଛି ବିଜେପି । ଦଳ କହିଛି, ବ୍ରହ୍ମ ଚୟନରେ ଫିକ୍ସିଂ ହେବା ଦୁର୍ଭାଗ୍ୟଜନକ । କେଉଁ ପରିସ୍ଥିତିରେ ଗୋଟିଏ ସ୍ଥାନରୁ ତିନିଟି ଯାକ ଦାରୁ ଚିହ୍ନଟ ହେଲା ଏବଂ ଏଥିପାଇଁ କିଏ ଫିକ୍ସିଂ କରିଛି ତାର ତଦନ୍ତ ହେବା ଦରକାର ।

ଅନ୍ୟପଟେ କଂଗ୍ରେସ କହିଛି, ଦାରୁ ଚିହ୍ନଟ ଠାରୁ ଆରମ୍ଭ କରି ରଥଯାତ୍ରା ପର୍ଯ୍ୟନ୍ତ ଯେଉଁ ଅବ୍ୟବସ୍ଥା ହୋଇଛି ଓଡିଆ ଜାତି ପ୍ରତି ତାହା ଅସମ୍ମାନ । ଦାରୁ ଫିକ୍ସିଂରେ ସେତେବେଳର ଆଇନ ମନ୍ତ୍ରୀଙ୍କ ହାତ ରହିଛି । ଏଥିସହ ଜଣେ ବର୍ତମାନର ସାଂସଦ ମଧ୍ୟ ଏଥିରେ ସଂପୃକ୍ତ ବୋଲି ଅଭିଯୋଗ ଆଣିଛି କଂଗ୍ରେସ । ସେପଟେ ବିଜେଡି କହିଛି, ଦାରୁ ପ୍ରତିଷ୍ଠା ପାଇ ପୂଜା ପାଉଛନ୍ତି । ଏହି ସମୟରେ ଏପରି ଅଭିଯୋଗ ଭକ୍ତଙ୍କ ଭାବାବେଗ ଉପରେ ଆଘାତ ଦେଇଛି । ଏହାକୁ ନେଇ ରାଜନୀତି ନକରିବାକୁ କହିଛନ୍ତି ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ।