ନୂଆ ବର୍ଷ ପାଇଁ ସଜେଇ ହେଉଛି ଶ୍ରୀମନ୍ଦିର ସିଂହଦ୍ୱାର । ଫୁଲରେ ଫୁଲରେ ସଜାଯାଇଛି ନବନିର୍ମିତ ସେଡ୍, ଆଧ୍ୟାତ୍ମିକ ପରିବେଶ ପାଇଁ ଶୁଭିବ ଭକ୍ତିପୂର୍ଣ୍ଣ ଭଜନ ।

302

କନକ ବ୍ୟୁରୋ : ନୂଆ ବର୍ଷ ପାଇଁ ସଜେଇ ହେଉଛି ପୁରୀ ସହର, ସଜେଇ ହେଉଛି ସିଂହଦ୍ୱାର । ଆଉ ଦୁଇ ଦିନ ପରେ ନୂଆବର୍ଷ ଥିବା ବେଳେ ନବନିର୍ମିତ ସେଡକୁ ଫୁଲରେ ସଜାଯାଇଛି । ଏପରିକି ଭକ୍ତ ମାନଙ୍କ ମନରେ ଆଧ୍ୟାତ୍ମିକ ଭାବ ସୃଷ୍ଟି କରିବା ପାଇଁ ସାଉଣ୍ଡ ବକ୍ସ ଲଗାଯାଇଛି । ଏଥିରେ ଭକ୍ତିପୂର୍ଣ୍ଣ ଭଜନ ଜଗନ୍ନାଥଷ୍ଟକ ବାଜିବ ।

ସେହିଭଳି ଭକ୍ତମାନଙ୍କ ଉପରେ ନଜର ରଖିବା ପାଇଁ ଅତ୍ୟାଧୁନିକ ସିସି କ୍ୟାମେରା ଲଗାଯାଇଛି । ପୁରୀକୁ ନୂଆ ରୂପ ଦେବା ପାଇଁ ସରକାରଙ୍କ ପକ୍ଷରୁ ଜୋରଦାର ପ୍ରୟାସ କରାଯାଉଥିବା ବେଳେ ସିଂହଦ୍ୱାର ସମ୍ମୁଖ ପ୍ରାଚୀର କଡ଼ରେ ସବୁଜିମା ସୃଷ୍ଟି କରାଯାଇଛି ।

ସେପଟେ ପ୍ରବଳ ଭକ୍ତ ସମାଗମକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ସୁରକ୍ଷାକୁ ବଢାଇ ଦିଆଯାଇଛି । ଟ୍ରାଫିକ୍ ବ୍ୟବସ୍ଥାକୁ ନିୟନ୍ତ୍ରଣାଧୀନ କରିବା ପାଇଁ ପୁରୀ ସହର ଏବଂ ସହର ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ନୂଆବର୍ଷ ଦିନ ସୁରକ୍ଷା ପାଇଁ ୬୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ ।