ଏସସିବିରେ ଦଲାଲ ରାଜ ଅଭିଯୋଗ : ଚକ୍ରାନ୍ତରେ ଫସି ଘରୋଇ ମେଡିକାଲକୁ ଗଲେ ଜଗତସିଂହପୁରର ଆଦିକନ୍ଦ ଦାସ

ଲକ୍ଷେ ଟଙ୍କା ଦେଇନପାରିବାରୁ ରୋଗୀ ଛାଡ଼ିବାକୁ ନାରାଜ୍ ନିଗମ ହସ୍ପିଟାଲ

182

କନକ ବ୍ୟୁରୋ : କଟକ ବଡ଼ ମେଡିକାଲରେ ଦଲାଲଙ୍କ ରାଜ୍ ଚାଲିଥିବା ଅଭିଯୋଗ ହୋଇଛି । ଏସସିବି ମେଡ଼ିକାଲରେ ଦଲାଲଙ୍କ ଜାଲରେ ଫସିଛନ୍ତି ଜଗତସିଂହପୁରର ଆଦିକନ୍ଦ ଦାସ । ଚକ୍ରାନ୍ତ କରି ଏସସିବିରୁ ଘରୋଇ ମେଡ଼ିକାଲ ଆଣି ଫସାଇଦେଇଥିବା ଅଭିଯୋଗ ହୋଇଛି । କିଛି ଦିନ ପୂର୍ବରୁ ଏରସମା ବ୍ଲକ କଙ୍କରାଡ଼ିଆ ଗାଁର ଆଦିକନ୍ଦ ଦାସ ବିଷ ପିଇ ଅସୁସ୍ଥ ହୋଇପଡ଼ିଥିଲେ । ଗୁରୁତର ହେବାରୁ କଟକ ଏସସିବି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା ।

କିନ୍ତୁ ଦିନେ ଦୁଇ ଦିନ ଭିତରେ ଜଣେ ଦଲାଲ ପହଂଚି ତାଙ୍କୁ କଟକର ନିଗମ ହସ୍ପିଟାଲରେ କରାଇଥିଲେ । ସେଠାରେ ସାଢେ ୩ ଲକ୍ଷ ଟଙ୍କାର ବିଲ ପୈଠ କରିବାକୁ ହସ୍ପିଟାଲ ପକ୍ଷରୁ ଦାବି କରାଯାଇଛି । ତେବେ ରୋଗୀଙ୍କ ପରିବାର ଲୋକ ଜମି ବିକ୍ରି କରି ୨ଲକ୍ଷ ଟଙ୍କା ଦେଇଥିବା ବେଳେ ଅବଶିଷ୍ଟ ଟଙ୍କା ଦେବାକୁ ଅସମର୍ଥ ହୋଇପଡ଼ିଛନ୍ତି । କିନ୍ତୁ ଟଙ୍କା ନଦେଲେ ଛାଡ଼ିବୁ ନାହିଁ ବୋଲି ଧମକ ଦେଇଛନ୍ତି ନିଗମ ହସ୍ପିଟାଲ କର୍ତୃପକ୍ଷ ।