ଓଡ଼ିଆ ଚଳଚ୍ଚିତ୍ର ବାରଙ୍ଗ ୧୯୯୯’କୁ ନେଇ ବିବାଦ: ଫିଲ୍ମ ପୋଷ୍ଟର ରିଲିଜ୍ ପରେ ଉଦବେଗ

352

କନକ ବ୍ୟୁରୋ: ବିବାଦରେ ଓଡିଆ ଚଳଚ୍ଚିତ୍ର ‘ବାରଙ୍ଗ ୧୯୯୯’ । ଓଟିଟି ପ୍ଲାଟ ଫର୍ମରେ ରିଲିଜ ହେବା ପୂର୍ବରୁ ବିବାଦ ଘେରକୁ ଟାଣି ହୋଇଯାଇଛି ଚଳଚ୍ଚିତ୍ର । ନିର୍ମାଣଧିନ ଓଡିଆ ଚଳଚ୍ଚିତ୍ର ‘ବାରଙ୍ଗ ୧୯୯୯’କୁ ନେଇ ଆପତି ଉଠାଇଛନ୍ତି ଅଂଜନା ମିଶ୍ର । କଂଚାଲଙ୍କା ପକ୍ଷରୁ ପ୍ରସ୍ତୁତ ହେଉଥିବା ଏହି ଫିଲ୍ମର ପୋଷ୍ଟର ସୋସିଆଲ ମିଡିଆରେ ରିଲିଜ ପରେ ନୂଆ ବିବାଦ ଆରମ୍ଭ ହୋଇଛି । ଫିଲ୍ମର ପ୍ର ଯୋଜକ ଅକ୍ଷୟ ପରିଜା ସୋସିଆଲ ମିଡିଆରେ ଫିଲ୍ମର ପୋଷ୍ଟର ଅପଲୋଡ କରିଛନ୍ତି । ପୋଷ୍ଟରରେ ଫିଲ୍ମର ନାଁ ‘ବାରଙ୍ଗ ୧୯୯୯’ ହୋଇଥିବା ବେଳେ ଟ୍ୟାଗ ଲାଇନରେ ଲେଖା ଅଛି, ଜଣେ ମହିଳାର ଲଢେଇ ଓଡିଶା ରାଜନୀତିକୁ ପରିବର୍ତନ କରିଛି । ଏହା ପରୋ କ୍ଷରେ ଅଂଜନା ମିଶଙ୍କୁ ଇଙ୍ଗିତ କରୁଥିବା ଫିଲ୍ମର ନିର୍ମାଣକୁ ନେଇ ଅଂଜନା ଉଦବେଗ ପ୍ରକାଶ କରିଛନ୍ତି । କହିଛନ୍ତି, ଅନୁମତି ନନେଇ ତାଙ୍କ ଜୀବନ କାହାଣୀ ଉପରେ ଫିଲ୍ମ ନିର୍ମାଣ କେମିତି କରାଯାଉଛି ।

ଫିଲ୍ମ ନିର୍ମାଣକୁ ବନ୍ଦ ନକଲେ କୋର୍ଟର ଦ୍ୱାରସ୍ଥ ହେବେ ବୋଲି ଚେତାଇ ଦେଇଛନ୍ତି ଅଞ୍ଜନା । ଅନ୍ୟପଟେ ଓଟିଟି ପ୍ଲାଟଫର୍ମ କଂଚାଲଙ୍କାର ମୁଖ୍ୟ ଅକ୍ଷୟ ପରିଜା କହିଛନ୍ତି, ଏହା କୌଣସି ବ୍ୟକ୍ତିକେନ୍ଦ୍ରିକ ଫିଲ୍ମ ନୁହେଁ । କଂଚା ଲଙ୍କା ସବୁ ବେଳେ ଲୋକଙ୍କ ମନୋରଂଜନ ପାଇଁ ବାସ୍ତବଧର୍ମୀ ଚଳଚ୍ଚିତ୍ର ଓ ଟିଭି ସିରିଜ ନିର୍ମାଣ କରିଥାଏ । ‘ବାରଙ୍ଗ ୧୯୯୯’ ଚଳଚ୍ଚିତ୍ରରେ ଓଡିଶାର ନ୍ୟାୟିକ ବ୍ୟବସ୍ଥା ଏବଂ ପୁଲିସର ତଦନ୍ତ ଦକ୍ଷତାକୁ ଦର୍ଶକଙ୍କ ସାମ୍ନାରେ ରଖିବାକୁ ଚେଷ୍ଟା କରାଯାଉଛି । ସାଧାରଣ ଓଡିଆ ମହିଳାଟିଏ ନ୍ୟାୟ ପାଇବା ପାଇଁ ସଂଘର୍ଷ କରିଥିବା କାହାଣୀ ଫିଲ୍ମରେ ରହିଛି । ଏହାକୁ ନେଇ ବିବାଦ ହେବା ଉଚିତ ନୁହେଁ ବୋଲି କହିଛନ୍ତି ଅକ୍ଷୟ ପରିଜା । ଫିଲ୍ମ ରିଲିଜ ହେବା ପରେ ସମସ୍ତେ ଜାଣିପାରିବେ ଫିଲ୍ମର କଥା ବସ୍ତୁ କାହାକୁ ଆଘାତ କରିବା ଭଳି ହୋଇନାହିଁ ।