‘ପାଇଲଟ ମୁଖ୍ୟମନ୍ତ୍ରୀ ହେଲେ ଭଲ’, ଗେହଲଟ ଗୋଷ୍ଠୀର ବିଧାୟିକା ଇନ୍ଦିରା ମିଣାଙ୍କ ଆସିଲା ପ୍ରତିକ୍ରିୟା ।

95

କନକ ବ୍ୟୁରୋ: ରାଜସ୍ଥାନରେ ଜାରିରହିଥିବା ରାଜନୈତିକ ସଙ୍କଟ ଭିତରେ ଗେହଲଟ ଗୋଷ୍ଠୀର ଜଣେ ବିଧାୟକ ଦାବି ସମସ୍ତଙ୍କୁ ଚକିତ କରିଛି । ତାଙ୍କର କହିବା କଥା ମୁଖ୍ୟମନ୍ତ୍ରୀ ଆବାସରେ ହୋଇଥିବା ବୈଠକ ପୂର୍ବରୁ ଜଣେ ମନ୍ତ୍ରୀଙ୍କ ଘରେ ପହଞ୍ଚିବା ପାଇଁ କୁହାଯାଇଥିଲ।। ଏଠାରେ ଏକ ସାଧା କାଗଜରେ ତାଙ୍କ ଠାରୁ ଦସ୍ତଖତ କରାଯାଇଥିଲା । କେଉଁଥି ପାଇଁ ଏହି ସ୍ୱାକ୍ଷର କରାଯାଇଛି ସେ, ବାବଦରେ କିଛି କୁହାଯାଇନାହିଁ । ସେ ଏହା ମଧ୍ୟ କହିଛନ୍ତି ଯେ, ସଚିନ ପାଇଲଟ ସିଏମ ହେଲେ ବହୁତ ଭଲ ହେବ ।

ବିଧାୟିକା ଇନ୍ଦିରା ମିଣା କହିଛନ୍ତି, ପ୍ରଥମେ ଶନିବାର ମୁଖ୍ୟମନ୍ତ୍ରୀ ନିବାସକୁ ଡକାଯାଇଥିଲା । ତେବେ ରବିବାର କୁହାଯାଇଥିଲା ଶକ୍ତି ସିଂହ ଧାରିୱାଲଙ୍କ ଘରେ ଉପସ୍ଥିତ ହେବାପାଇଁ । ସେଠାରେ ପହଞ୍ଚିବା ପରେ ଏକ ସାଧା କାଗଜରେ ଦସ୍ତଖତ କରାଯାଇଥିଲା । ତେବେ କଣ ପାଇଁ ଏହା କରାଯାଇଥିଲା ତାହା ତାଙ୍କୁ ଜଣାଯାଇନଥିଲା । ସଚିନ ପାଇଲଟଙ୍କୁ କେହି ବିରୋଧ କରୁନାହାନ୍ତି ସେ ମୁଖ୍ୟମନ୍ତ୍ରୀ ହେଲେ ସମସ୍ତଙ୍କ ପାଇଁ ଭଲ ହେବ ।