ଜଳବାୟୁ ପରିବର୍ତ୍ତନକୁ ନେଇ ଆସିଲା ସାଂଘାତିକ ରିପୋର୍ଟ । ଶତାବ୍ଦୀର ଶେଷ ସୁଦ୍ଧା ପାଣିରେ ବୁଡିଯିବ ଭାରତର ୧୨ ସହର, ତାଲିକାରେ ରହିଛି ପାରାଦୀପ ନାଁ!

1,269

କନକ ବ୍ୟୁରୋ :   ପାଣିରେ ବୁଡି ଯିବ ପାରାଦୀପ ସହର । ଜଳବାୟୁ ପରିବର୍ତନ ନେଇ ଆନ୍ତଃ-ସରକାର ପ୍ୟାନେଲ, ଆଇପିସିସି ଏହି ସାଂଘାତିକ ତଥ୍ୟ ଦେଇଛି । ଜଳବାୟୁ ପରିବର୍ତନ ଯୋଗୁଁ ସମୁଦ୍ର ପତନ ବୃଦ୍ଧି ପାଇବା ସମ୍ଭାବନା ରହିଛି । ଏହି ପ୍ରକ୍ରିୟା ଜାରି ରହିଲେ ଶତାବ୍ଦୀରେ ଶେଷ ସୁଦ୍ଧା ପାରାଦୀପ ସମେତ ଦେଶର ୧୨ଟି ସହର ତିନି ଫୁଟ ପାଣି ବୁଡିଯିବ । ଆଉ ଏଭଳି ତଥ୍ୟ ଭାରତ ପାଇଁ ସତର୍କ ଘଂଟି ପାଲଟିଛି ।

ଭାରତ ଆଡକୁ ମାଡିଆସୁଛି ମହାବିପଦ । ସବୁଠାରୁ ବିପଦଜନକ ତଥ୍ୟ ହେଉଛି ସମୁଦ୍ର ପତନ ବୃଦ୍ଧି ।  ଯାହା ଶତାଦ୍ଦୀର ଶେଷ ସୁଦ୍ଧା  ପାରାଦୀପ ସମେତ ଦେଶର ୧୨ଟି ସହରକୁ ଜଳମଗ୍ନ କରିବାର ଆଶଙ୍କା ରହିଛି ।  ଜଳବାୟୁ ପରିବର୍ତନ ନେଇ ଆନ୍ତଃ-ସରକାର ପ୍ୟାନେଲ, ଆଇପିସିସି ଯେଉଁ ତଥ୍ୟ ଦେଇଛି, ତାହା ଭାରତ ପାଇଁ ଭୟଙ୍କର ଚେତାବନୀ ହୋଇଛି । ରିପୋର୍ଟରେ କୁହାଯାଇଛି ଶତାଦ୍ଦୀର ଶେଷ ସୁଦ୍ଧା କିଛି ସହର ୩ ଫୁଟ ପାଣିରେ ରହିପାରେ । ଏହି ସହରଗୁଡିକ ମଧ୍ୟରେ ପ୍ରମୁଖ ସହର ହେଉଛି ମୁମ୍ବାଇ, ଚେନ୍ନାଇ, ବିଶାଖାପାଟଣା ଓ କୋଚି ।

ଏଭଳି ବିଶ୍ଳେଷଣ ନାସାରୁ ଆସିଛି, ଯାହା ସମଗ୍ର ବିଶ୍ୱରେ ସମୁଦ୍ରସ୍ତରର ପରିବର୍ତନକୁ ଆକଳନ କରିବା ପାଇଁ ଆଇପିସିସି ରିପୋର୍ଟ ବ୍ୟବହାର କରିଛି । ଏହି ମହାକାଶ ସଂସ୍ଥା ଭାରତରେ ୧୨ଟି ସହରକୁ ଚିହ୍ନଟ କରିଛି, ଯେଉଁଠାରେ ଜଳପତନ ବୃଦ୍ଧି ହେବାର ସମ୍ଭାବନା ରହିଛି । ରିପୋର୍ଟରେ କୁହାଯାଇଛି, ଜଳବାୟୁ ପରିବର୍ତନ ଏକାଧିକ ଅଂଚଳରେ ଭିନ୍ନ ଭିନ୍ନ ପରିବର୍ତନ ଆଣିଛି । ରିପୋର୍ଟରେ ଆହୁରି କୁହାଯାଇଛି, ସମୁଦ୍ର ପତନର ଭୟ ଥିବାରୁ ଭାରତୀୟ ସହରଗୁଡିକ ଜଳବାୟୁ ପରିବର୍ତନର ସମ୍ମୁଖୀନ ହେବେ ।  ବର୍ତମାନ ଏହା ପ୍ରାରମ୍ଭିକ ଆକଳନ ହୋଇଥିବାବେଳେ ଶତାଦ୍ଦୀର ଶେଷ ସୁଦ୍ଧା ଯଦି ଏହି ଧାରା ଅବ୍ୟାହତ ରହେ, ତାହାହେଲେ ଉପକୂଳବର୍ତୀ ସହରଗୁଡିକ ୩ ଫୁଟ  ପାଣି ତଳେ ରହିବ ।

ପ୍ରମୁଖ ସହରଗୁଡିକ ମଧ୍ୟରେ ମୁମ୍ବାଇ ୧.୯୦ ଫୁଟ ପାଣି ତଳେ ରହିବ । ସେହିଭଳି ମାଙ୍ଗାଲୋର ୧ ଦଶମିକ ୮୭ ଫୁଟ ତଳକୁ ଚାଲିଯିବ । କୋଚିନ ୨.୩୨ ଫୁଟକୁ ଚାଲିିଯିବ । ପାରାଦ୍ୱୀପ ୧.୯୩ ଫୁଟ ତଳକୁ ଚାଲିଯିବା ରିପୋର୍ଟରେ କୁହାଯାଇଛି ।  ତାଲିକାରେ କାଣ୍ଡଲା,ବିଶାଖାପାଟନମ ଓ ଚେନ୍ନାଇ ବି ରହିଛି । ଆଇପିସିର ରିପୋର୍ଟ ଦର୍ଶାଇଛି ଯେ, ଏସିଆର ସମୁଦ୍ର ପତନ  ହାରାହାରି  ବିଶ୍ୱ ହାର ତୁଳନାରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ସମୁଦ୍ର ପତନରେ ଅତ୍ୟଧିକ ପରିବର୍ତନ ପୂର୍ବରୁ ଶହେ ବର୍ଷରେ ଥରେ ଦେଖାଦେଇଥିଲା । ଆଉ ୨୦୫୦ ସୁଦ୍ଧା ପ୍ରତି ୬ରୁ ୯ ବର୍ଷରେ ଥରେ ହୋଇପାରେ ।