ପ୍ରଚଣ୍ଡ ଖରା ଯୋଗୁଁ ଚେତାଶୂନ୍ୟ ହେଲେ ୨୪ ଛାତ୍ରୀ । ହସ୍ପିଟାଲରେ ଚାଲିଛି ଚିକିତ୍ସା ।

1,362

କନକ ବ୍ୟୁରୋ: ସାରା ଦେଶରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ କଲବଲ କରୁଛି । ରାଜସ୍ଥାନ, ଦିଲ୍ଲୀରେ ପାରରଦ ୫୦ ଛୁଇଁଲାଣି, ଯାହା ଗତ ୧୦୦ ବର୍ଷର ରେକର୍ଡକୁ ଭାଙ୍ଗିଛି । ଏହାବ୍ୟତୀତ ହରିୟାଣା, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ବିହାରରେ ମଧ୍ୟ ଭୀଷଣ ଗରମରେ ଜନଜୀବନ ଅସମ୍ଭାଳ ହୋଇପଡିଲାଣି । କିଛି ରାଜ୍ୟର ସ୍କୁଲ ଗୁଡିିକୁ ଖରା ଯୋଗୁଁ ବନ୍ଦ ହୋଇଯାଇଥିବାବେଳେ ଅନ୍ୟ କିଛି ରାଜ୍ୟରେ ଏବେବି ପାଠପଢା ଜାରି ରହିଛି ।

ଆଜି ସକାଳୁୁ ବିହାର ବେଗୁସରାଇର ଏକ ବିଦ୍ୟାଳୟରେ ଅଭାବନୀୟ ଘଟଣା ଘଟିଛି । ଶେଖପୁରାର ଏକ ବିଦ୍ୟାଳୟରେ ଭୀଷଣ ଗରମ ଯୋଗୁଁ ୨୪ରୁ ଅଧିକ ଛାତ୍ରୀ ଚେତାଶୂନ୍ୟ ହୋଇପଡିଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍କୁଲରେ ପ୍ରାର୍ଥନା ସେସନ ଚାଲିଥିବାବେଳେ ଛାତ୍ରୀମାନେ ଚେତାଶୂନ୍ୟ ହୋଇପଡିଥିବା ଜଣାପଡିଛି ।