ଦିଲ୍ଲୀରେ ତାପମାତ୍ରା ଭାଙ୍ଗିଲା ସମସ୍ତ ପୂର୍ବ ରେକର୍ଡ । ୫୨ ଡିଗ୍ରୀ ପାର ପାରଦ

211

କନକ ବ୍ୟୁରୋ : ଅସହ୍ୟ ତାପମାତ୍ରାରେ ସିଜୁଛି ସାରା ଦେଶ । କାଶ୍ମୀରରୁ କନ୍ୟାକୁମାରୀ ସବୁଠି ଅସହ୍ୟ ତାତିରେ ସନ୍ତୁଳି ହେଉଛନ୍ତି ଲୋକେ । ଏହାରି ମଧ୍ୟରେ ରାଜଧାନୀ ଦିଲ୍ଲୀର ତାପମାତ୍ରା ଆଜି ସମସ୍ତ ପୂର୍ବ ରେକର୍ଡ ଭାଙ୍ଗିଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ମୁତାବକ ଆଜି ଦିଲ୍ଲୀର ତାପମାତ୍ରା ୫୨ ଡିଗ୍ରୀ ସେଲସିୟସ ପାର କରିଛି । ପାଣିପାଗ ବିଭାଗର ସୂଚନା ମୁତାବକ ଦଲ୍ଲୀର ମଙ୍ଗେଶପୁରରେ ତାପମାତ୍ରା ୫୨.୩ ଡିଗ୍ରୀରେ ପହଂଚିଛି ।

ସେପଟେ ଅସହ୍ୟ ଗରମ ଭିତରେ ଦିଲ୍ଲୀରେ ପାନୀୟ ଜଳର ସମସ୍ୟା ଦେଖା ଦେଇଛି । ଏହାକୁ ନଜରରେ ରଖି ଦିଲ୍ଲୀ ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ଦିଲ୍ଲୀରେ ପାଣିର ଅପବ୍ୟବହାର କଲେ ଏବେ ଚାଲାଣ କାଟିବାକୁ ନିଷ୍ପତ୍ତି ନିଆଯାଇଛି । ପାଣିର ଅପବ୍ୟବହାର ହେଉଥିବାର ପ୍ରମାଣ ମିଳିଲେ ୨ ହଜାର ଟଙ୍କା ଜରିମାନା ଲଗାଯିବ ବୋଲି ଦିଲ୍ଲୀ ସରକାରଙ୍କ ତରଫରୁ କୁହାଯାଇଛି ।