ମୋଦୀଙ୍କ ପ୍ରଶ୍ନର ଉତ୍ତର ରଖିଲେ ନବୀନ: କହିଲେ, ମୋ ସ୍ୱାସ୍ଥ୍ୟବସ୍ଥା ସମ୍ପୂର୍ଣ୍ଣ ଠିକ ଅଛି

399

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରେସମିଟ୍ । ମୋଦୀଙ୍କ ପ୍ରଶ୍ନର ଉତ୍ତର ରଖିଲେ ନବୀନ । କହିଲେ, ମୋ ସ୍ୱାସ୍ଥ୍ୟବସ୍ଥା ନେଇ ଅପପ୍ରଚାର ହେଉଛି । ମୋ ସ୍ୱାସ୍ଥ୍ୟବସ୍ଥା ସମ୍ପୂର୍ଣ୍ଣ ଠିକ ଅଛି । ପ୍ରଧାନମନ୍ତ୍ରୀ ଯଦି ମୋ ସ୍ୱାସ୍ଥ୍ୟବସ୍ଥା ନେଇ ଚିନ୍ତିତ ଅଛନ୍ତି ତେବେ ମୋତେ ଫୋନ କରିପାରିଥାନ୍ତେ । ଯଦି କମିଟି ଗଠନ କରିବାର ଅଛି କୋଇଲା ରାଜସ୍ୱକୁ ନେଇ ଗଠନ କରାଯାଉ । ମୋ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଥିଲେ ମୁଁ ଏତେ ଗରମରେ ପ୍ରଚାର କରିନଥାନ୍ତି । ଏବେ ଏଠୁ ବାହାରି ନିମାପଡା ଯିବି ପ୍ରଚାର କରିବାକୁ ବୋଲି ନବୀନ କହିଛନ୍ତି ।

ଆଜି ବାରିପଦା ସମାବେଶରେ ନବୀନଙ୍କ ସ୍ୱାସ୍ଥ୍ୟବସ୍ଥାନେଇ ପ୍ରଶ୍ନ କରିଥିଲେ ମୋଦୀ । କହିଥିଲେ, ବର୍ଷେ ହେବ ନବୀନ ବାବୁଙ୍କ ସ୍ୱାସ୍ଥ୍ୟବସ୍ଥା ଏତେ ଖରାପ କେମିତି ହେଲା? ନବୀନଙ୍କ ସହ ଅତି ଘନିଷ୍ଠ ଥିବା ଲୋକ କହୁଛନ୍ତି, ନବୀନ ଏବେ ନିଜେ କିଛି କରିପାରୁନାହାନ୍ତି । ନବୀନ ବାବୁଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ପଛରେ କିଛି ଷଡଯନ୍ତ୍ର ହୋଇଥାଇପାରେ ବୋଲି ତାଙ୍କ ଘନିଷ୍ଠ କହୁଛନ୍ତି । ପ୍ରଶ୍ନ ଉଠୁଛି, ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା ପଛରେ ଷଡଯନ୍ତ୍ର ହେଉନି ତ? ଏହା ପଛରେ ସେହି କୋଟରୀ କାମ କରୁନି ତ, ଯେଉଁମାନେ ପରଦା ପଛରେ ରହି ଓଡ଼ିଶାର ଶାସନ କରୁଛନ୍ତି । ଏହା ଉପରୁ ପରଦା ହଟିବା ଆବଶ୍ୟକ । ଏହାର ଯାଞ୍ଚ ହେବା ଆବଶ୍ୟକ । ବିଜେପି ସରକାର ଆସିଲେ, ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା ଅଚାନକ କାହିଁକି ଖରାପ ହେଲା ତାହାର ଯାଞ୍ଚ କରିବାକୁ କମିଟି ଗଠନ କରିବୁ ।