ମହାନତା ଦେଖାଇଲେ ମୋଦୀ: ଅସହ୍ୟ ଗରମ, ଗୁଳୁଗୁଳି ଭିତରେ ଅଚେତ ହୋଇଥିବା ବ୍ୟକ୍ତିଙ୍କ ତୁରନ୍ତ ଚିକିତ୍ସା ପାଇଁ ଦେଲେ ନିର୍ଦ୍ଦେଶ

685

କନକ ବ୍ୟୁରୋ: ମହାନତା ଦେଖାଇଲେ ମୋଦୀ । ହଜାର ହଜାର ଲୋକଙ୍କ ମେଳରେ ଜନସଭା କରୁଥିଲେ ପ୍ରଧାନମନ୍ତ୍ରୀ । ମୋଦୀଙ୍କୁ ଦେଖିବା ପାଇଁ ଚାରିଆଡୁ ଲୋକଙ୍କ ସୁଅ ଛୁଟୁଥିଲା । ଗରମ ଓ ଗୁଳିଗୁଳି ଭିତରେ ସଭା ମଂଚ ତଳେ ରହି ମୋଦୀଙ୍କ ଭାଷଣ ଶୁଣୁଥିଲେ ଉପସ୍ଥିତ ଥିବା ଲୋକେ । ଠିକ୍ ଏହି ସମୟରେ ଜଣେ ସାମ୍ବାଦିକ ଅଚାନକ, ଗରମ ଓ ଗୁଳୁଗୁଳି ଯୋଗୁଁ ବେହୋସ ହୋଇ ପଡିଥିଲେ । ଯାହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୃଷ୍ଟିକୁ ଆସିଥିଲା । ତୁରନ୍ତ ସାମ୍ବାଦିକଙ୍କ ପାଖକୁ ନିଜ ଡାକ୍ତରୀ ଟିମ୍ ପଠାଇବାକୁ କହିଥିଲେ ମୋଦୀ । ଡାକ୍ତରମାନେ ସାମ୍ବାଦିକଙ୍କ ପାଖକୁ ପହଁଚି ଚିକିତ୍ସା ଆରମ୍ଭ କରିଥିଲେ । ଆହତ ସାମ୍ବାଦିକ ଜଣଙ୍କ ହେଉଛନ୍ତି କନକ ନ୍ୟୁଜର ବାରିପଦା ପ୍ରତିନିଧି ଦୋଳଗୋବିନ୍ଦ ବାରିକ । ଦୋଳଗୋବିନ୍ଦଙ୍କୁ ଡାକ୍ତରୀ ଟିମ୍ ଚିକିତ୍ସା କରିବା ସହ ହସ୍ପିଟାଲକୁ ନେଇ ଯାଇଥିଲେ । ବଡ କଥା ହେଉଛି ଜନସଭା ପରେ, ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଫୋନ୍ କରି ଦୋଳଗୋବିନ୍ଦଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ ଏବଂ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ପରାମର୍ଶ ଦେଇଥିଲେ । ବସ୍ତବହୁଳ କାର୍ଯ୍ୟସୂଚି ଭିତରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ମହାନତାକୁ ପ୍ରଶଂସା କରାଯାଉଛି ।