ସଇତାନ ସାଜିଲା ସ୍ୱାମୀ । ସ୍ତ୍ରୀକୁ କାଟି କଲା ୨୨୪ ଖଣ୍ଡ

147

କନକ ବ୍ୟୁରୋ : ଭାରତ ପରେ ଏବେ ବ୍ରିଟେନରୁ ମଧ୍ୟ ଏକ ଛାତିଥରା ଖବର ଆସିଛି । ୨୮ ବର୍ଷିୟ ନିକୋଲସ ମେଟସନ ନିଜ ପତ୍ନୀକୁ ହତ୍ୟା କରିବା ପରେ ୨୨୪ ଖଣ୍ଡ କରି କାଟିଦେଇଛନ୍ତି । ଏହି ଖଣ୍ଡଗୁଡିକୁ ବ୍ୟାଗରେ ଭର୍ତ୍ତି କରି ନଦୀରେ ଫୋପାଡି ଦେଇଥିଲା ।

୨୦୨୩ ମାର୍ଚ୍ଚ ୨୫ ତାରିଖରେ ୨୬ ବର୍ଷିୟା ହୋଲି ବ୍ରେମିଲ ନିଖୋଜ ଥିଲେ । ନିଖୋଜ ହେବାର ୮ ଦିନ ପରେ ତାଙ୍କ ଶବ ବସିଂଧମ, ଲିକନଶାୟର ନିକଟରେ ଥିବା ବିଥମ୍ ନଦୀରୁ ମିଳିଥିଲା । ହେଲେ ବ୍ରେମିଲାଙ୍କ ହତ୍ୟାର ଗୋଟିଏ ବର୍ଷ ପରେ ବିନା କୌଣସି ଚାପରେ ତାଙ୍କ ସ୍ୱାମୀ ନିକୋଲସ ସମସ୍ତ ଦୋଷ ସ୍ୱୀକାର କରିଛନ୍ତି । ଲିଂକନଶାୟର ପୋଲିସର କହିବା ମୁତାବକ ପ୍ରଥମେ ନିକୋଲସ ଏହି ହତ୍ୟା ବାବଦରେ ନିଜର ଦୋଷ ସ୍ୱୀକାର କରି ନଥିଲେ । ହେଲେ ଗୋଟିଏ ବର୍ଷ ପରେ ଅଚାନକ ସେ ଏହି ହତ୍ୟା ବାବଦରେ ସମସ୍ତ କଥା କହିଛନ୍ତି ।

ଏହି ମାମଲାରେ ପୋଲିସ ମଧ୍ୟ ଅନ୍ୟଜଣେ ବ୍ୟକ୍ତି ଜୋଶୁଆକୁ ଗିରଫ କରିଛି । ପୋଲିସର କହିବା ମୁତାବକ ଜୋଶୁଆ ଶବକୁ ନଦୀରେ ଫିଙ୍ଗିବାରେ ନିକୋଲସଙ୍କୁ ସହାୟତା କରିଥିଲା । ଏକ ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ନିକୋଲସ ତାଙ୍କ ପତ୍ନୀକୁ ହତ୍ୟା କରିବା ପରେ ଶବକୁ ଛୁରୀରେ ୨୨୪ ଖଣ୍ଡ କରି କାଟିଥିଲା । ଏହାପରେ ସହଯୋଗୀଙ୍କ ସହାୟତାରେ ଶବକୁ ବ୍ୟାଗ ଭିତରେ ପୁରାଇ ନଦୀରେ ଫିଙ୍ଗି ଦେଇଥିଲା ।

କୋର୍ଟରେ ଶୁଣାଣି ବେଳେ ନିକୋଲସଙ୍କ ମା’ ଓ ଭଉଣୀ କହିଛନ୍ତି କି ନିକୋଲସ ଜଣେ ରାକ୍ଷସ ପ୍ରବୃତିର ଯୁବକ । ଏହାସହ ସେମାନେ କହିଛନ୍ତି କି, ନିକୋଲସ ଜୋର ଜବରଦସ୍ତ ବ୍ରେମିଲଙ୍କୁ ବିବାହ କରିଥିଲେ । ଏହି କାରଣରୁ ବିବାହର ୧୬ ମାସ ପରେ ଉଭୟଙ୍କ ମଧ୍ୟରେ ଛାଡପତ୍ର ହୋଇଯାଇଥିଲା ।