କୋଟିଆରେ ଆନ୍ଧ୍ରର ଅନୁପ୍ରବେଶ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ । ବିଶ୍ୱଭୂଷଣ ହରିଚନ୍ଦନ କହିଲେ,ଏ ସଂପର୍କରେ ଗୃହ କମିଟି ନିଷ୍ପତି ନେଇପାରିବ ନାହିଁ

39
କନକ ବ୍ୟୁରୋ: କୋରାପୁଟ କୋଟିଆ ଗାଁରେ ଆନ୍ଧ୍ରପ୍ରଦେଶର ଅନୁପ୍ରବେଶ ନେଇ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି, ଏ ସଂପର୍କରେ ଗୃହ କମିଟି ନିଷ୍ପତି ନେଇପାରିବ ନାହିଁ । ରାଜ୍ୟ ସରକାର ଏହି ଆଇନ ସଂପର୍କରେ ସଂପୂର୍ଣ୍ଣ ଅଜ୍ଞ । ତୁରନ୍ତ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାର ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରନ୍ତୁ ।
୨୦୦୬ରେ ସୁପ୍ରିମକୋର୍ଟ କହିଥିଲେ ଯେ, ସୀମା ବିବାଦରେ ସେ ହସ୍ତକ୍ଷେପ କରିବେ ନାହିଁ ଓ କେନ୍ଦ୍ର ସରକାର ନିଷ୍ପତି ନେବେ ପୁଣି ସୁପ୍ରିମକୋର୍ଟ ଯିବାକୁ କହି ଲୋକଙ୍କୁ ଭୁଆଁ ବୁଲାଇ ସମୟ ଫାଙ୍କିବାକୁ ଚାହୁଁଥିବା ବିଶ୍ୱଭୂଷଣ କହିଛନ୍ତି ।  ମୁଖ୍ୟମନ୍ତ୍ରୀ ନିଜେ ଅଂଚଳକୁ ଯାଇ ଅଂଚଳର କଣ ବିକାଶ ହୋଇପାରିବ ତଦାରଖ କରନ୍ତୁ ଓ ସେଠାରେ ଆଦିବାସୀଙ୍କୁ ଆନ୍ଧ୍ର ଅନୁପ୍ରବେଶ ବିରୋଧରେ ସୁରକ୍ଷା ଦିଅନ୍ତୁ । ରାଜ୍ୟ ସରକାର ସେଠାରେ ବିକାଶ କରୁନଥିବାରୁ ସେମାନେ ଆନ୍ଧ୍ରମୁହାଁ ହେଉଥିବା କହିଛନ୍ତି ବିଶ୍ୱଭୂଷଣ ହରିଚନ୍ଦନ ।
ସେପଟେ ଯୋଗାଣ ଓ ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଏନେଇ ପ୍ରତିକ୍ରିିୟା ରଖିଛନ୍ତି । ଓଡିଶା ସରକାର କୋଟିଆରେ ବିକାଶ କରିଛନ୍ତି । ସଡ଼କ ବିଜୁଳି ବ୍ୟବସ୍ଥା କରିଛନ୍ତି । ସେଠାରେ ଲୋକ ଓଡିଶା ଭୋଟର ତାଲିକାର ଅଛନ୍ତି । ଏହା ଭାରତ ଚାଇନା ସୀମା ବିବାବ ନୁହେଁ ଯେ ଯୁଦ୍ଧ କରିବୁ । ଦୁଇ ରାଜ୍ୟ ଭିତରେ ଏଭଳି ସୀମା ବିବାଦ ଥାଏ । ସୁପ୍ରିକକୋର୍ଟରେ ପକ୍ଷ ରଖାଯାଏ । ଏନେଇ ସେ ସଚେତନ ଥିବା ସୂର୍ଯ୍ୟପାତ୍ର କହିଛନ୍ତି ।