ଭାରତ ଯୋଡ ନ୍ୟାୟ ଯାତ୍ରାକୁ ମଣିପୁର ସରକାର ଦେଲେ ନାହିଁ ଅନୁମତି । କଂଗ୍ରେସ କହିଲା, ଇମ୍ଫାଲରୁ ଆରମ୍ଭ ହେବ ଏହି ଯାତ୍ରା
କନକ ବ୍ୟୁରୋ : କଂଗ୍ରେସର ଭାରତ ଯୋଡ ନ୍ୟାୟ ଯାତ୍ରା ମଣିପୁରରୁ ଆରମ୍ଭ ହେବାକୁ ଯାଉଛି । ଏହାର ଶୁଭାରମ୍ଭ ଇମ୍ଫାଲ ଠାରେ କରାଯିବ । ଏନେଇ ବୁଧବାର ଦିନ କଂଗ୍ରେସ ତରଫରୁ ସ୍ପଷ୍ଟ କରାଯାଇଥିଲା । ଏହାସହ କୁହାଯାଇଥିଲା କି, ମଣିପୁର ସରକାର ଇମ୍ଫାଲ ଗ୍ରାଉଣ୍ଡରୁ ନ୍ୟାୟ ଯାତ୍ରା ଆରମ୍ଭ କରିବାକୁ ଅନୁମତି ଦେଇ ନାହିଁ । ଏନେଇ କଂଗ୍ରେସ ତରଫରୁ ମଣିପୁର ସରକାରଙ୍କୁ ଟାର୍ଗେଟ କରାଯାଇଛି । କଂଗ୍ରେସ କହିଛି କି, ମଣିପୁର ସରକାର ଏହି ଯାତ୍ରାକୁ ଭୟ କରୁଛନ୍ତି । ହେଲେ କିଛି ବି ପରିସ୍ଥିତିରେ ଇମ୍ଫାଲ ଗ୍ରାଉଣ୍ଡରୁ ଯାତ୍ରାର ଶୁଭାରମ୍ଭ କରାଯିବ ବୋଲି କଂଗ୍ରେସ କହିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
କଂଗ୍ରେସ ମହାସଚିବ କେସି ବେଣୁଗୋପାଳ କହିଛନ୍ତି କି, ଆମକୁ ସୂଚନା ମିଳିଛି କି ଇମ୍ଫାଲ ଗ୍ରାଉଣ୍ଡରୁ ନ୍ୟାୟ ଯାତ୍ରା ଆରମ୍ଭ କରିବା ନେଇ ଦଳ ତରଫରୁ କରାଯାଇଥିବା ଆବେଦନକୁ ମଣିପୁର ସରକାର ଖାରଜ କରିଦେଇଛନ୍ତି । ଏହି ଯାତ୍ରା ଯେତେବେଳେ ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ଆୟୋଜିତ କରାଯାଉଛି, ସେତେବେଳେ ମଣିପୁରକୁ କିଭଳି ବାଦ ଦିଆଯାଇପାରିବ ବୋଲି ବେଣୁଗୋପାଳ କହିଛନ୍ତି ।
କେବଳ ସେତିକି ନୁହେଁ କଂଗ୍ରେସ ନେତା କହିଛନ୍ତି କି, ଏହି ଯାତ୍ରା ସମୟରେ ପ୍ରତ୍ୟେକ ରାଜ୍ୟରେ ଇଣ୍ଡିଆ ମେଣ୍ଟ ସହ ଥିବା ଦଳର ନେତାମାନଙ୍କୁ ନିମନ୍ତ୍ରିତ କରାଯିବ । ଯେଉଁଠାରେ ସମ୍ଭବ ହେବ ସେମାନେ ସେଠାରେ ଯାତ୍ରା ସହ ଯୋଡି ହେବେ ।