ଅଷ୍ଟ୍ରେଲିଆ ଗଣମାଧ୍ୟମ ଖୋଲିଲା ଡ୍ରାଗନ ପର୍ଦ୍ଦା, ଗଲୱାନ ସଂଘର୍ଷରେ ମରିଛନ୍ତି ୪୨ ଚୀନ ସେନା

174

କନକ ବ୍ୟୁରୋ :୨୦୨୦ରେ ହୋଇଥିବା ଗଲୱାନ୍ ସଂଘର୍ଷରେ ମରିଥିଲେ ୪୨ ଚୀନ୍ ସେନା । ଅଷ୍ଟ୍ରେଲିଆ ନ୍ୟୁଜ୍ ପେପର ‘ଦ କ୍ଲାକ୍ସନ’ରେ ଏନେଇ ରିପୋର୍ଟ ପ୍ରକାଶ ପାଇଛି । ଏଥିରେ କୁହାଯାଇଛି ଭାରତ-ଚୀନ୍ ମଧ୍ୟରେ ସଂଘର୍ଷ ବେଳେ ଚୀନ୍ର ପିପୁଲ୍ସ ଲିବରେସନ୍ ଆର୍ମୀ ବା ପିଏଲ୍ଏର ଯବାନ ଗଲୱାନ୍ ନଦୀରେ ଭାସି ଯାଇଥିଲେ । ଗତବର୍ଷ ଜୁନ୍ ମାସରେ ପୂର୍ବ ଲଦାଖର ଗଲୱାନ୍ ଘାଟୀରେ ଭାରତ ଓ ଚୀନ୍ ସୈନିକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଏଥିରେ ଭାରତର ୨୦ ଜଣ ଯବାନ ସହିଦ ହୋଇଥିଲେ । ହେଲେ ଚୀନ୍ର ୪ ଜଣ ସୈନିକଙ୍କ ମୃତ୍ୟୁ ହୋଇଥିବା ସେତେବେଳେ ସ୍ୱୀକାର କରିଥିଲା ଚୀନ୍ ।

ଦୀର୍ଘ ଦେଢ ବର୍ଷ ଧରି ସାରା ଦୁନିଆକୁ ଯେଉଁ ମିଛ କଥା ଚୀନ ଲୁଚାଇ ଆସୁଥିଲା ଏବେ ତା ଉପରକୁ ପର୍ଦ୍ଦା ଉଠାଇଛି ଅଷ୍ଟ୍ରେଲିଆ । ୨୦୨୦ ଜୁନ ୧୫ ଗଲୱାନ ଘାଟି ହିଂସାରେ ଚୀନର ସେନା ୪ଜଣ ସୈନିକ ନୁହେଁ ବଂର ମୋଟ ୪୨ଜଣ ନିହତ ହୋଇଥିବା ଦାବି କରିଛି ଅଷ୍ଟ୍ରେଲିଆ ଖବର କାଗଜ ଦ କ୍ଲାକସନ । ଗଲୱାନ ଘାଟି ସଂର୍ଘଷରେ ଚୀନ ନିଜର ୪ଜଣ ସେନା ନିହତ ହୋଇଥିବା କହି ଆସୁଥିବା ଏହାର ସଂଖ୍ୟା ୪୨ ବୋଲି ବୋଲି ଦେଢ ବର୍ଷର ଅନୁସନ୍ଧାନ ସହ ଦାବି କରିଛି ଦ କ୍ଲାକସନ । ଘଟଣାର ଅନୁସନ୍ଧାନ କରିବା ଅନୁସନ୍ଧାନକାରୀଙ୍କ ଏକ ଦଳ ଗଠନ କରାଯାଇଥିଲା । ଯାହା ଗଲୱାନ ଡିକୋଡେଡ ଶୀର୍ଷକ ଏକ ରିର୍ପୋଟ ପ୍ରକାଶ କରିଥିଲା ।

ରିର୍ପୋଟରେ କୁହାଯାଇଛି କି ୨୦୨୦ ଜୁନ ୧୫ ରାତିରେ ଭାରତ ଓ ଚୀନ ମଧ୍ୟରେ ଗଲୱାନ ଘାଟିରେ ସଂର୍ଘଷ ହୋଇଥିଲା । ଏହି ସମୟରେ ଚୀନର ୩୮ଜଣ ପିଏଲଏ ସୈନିକ ଗଲୱାନ ବରଫ ନଦୀରେ ଭାସିଯାଇଥିଲେ । କିନ୍ତୁ ଚୀନ କହିଥିଲା କି ସଂର୍ଘଷର କେବଳ ୪ଜଣଙ୍କ ମୃତ୍ୟୁ ହୋଇଛି । ଅଷ୍ଟ୍ରେଲିଆର ଏହି ରିର୍ପୋଟ ଚୀନର ମିଛକୁ ଧରାପକାଇଛି । ଭାରତୀୟ ସେନାକୁ ଆକ୍ରମଣ କରିବା ପାଇଁ ଚୀନ ସେନା ଷଡଯନ୍ତ୍ର କରିଥିଲେ । କିନ୍ତୁ ନଦୀର ପ୍ରଖର ସ୍ରୋତରେ ୩୮ଜଣ ପିଏଲଲ ସେନା ଭାସି ଯାଇଥିଲେ । ପୂର୍ବରୁ ଚୀନ ୪ଜଣ ସୈନିକଙ୍କ ମୃତ୍ୟୁ କଥା ସ୍ୱିକାର କରିଥିଲା । ତେଣୁ ମୋଟ ୪୨ଜଣଙ୍କ ମୃତ୍ୟୁ ହୋଇଥିବା ରିର୍ପୋଟରେ ଦାବି କରାଯାଇଛି ।

୨୦୨୦ ମସିହାରେ ଲଦାଖର ଗଲୱାନ ଉପତ୍ୟକାରେ ଭାରତୀୟ ଅଂଚଳକୁ କବଜା କରିବା ପାଇଁ ଚୀନ ଷଡଯନ୍ତ୍ରକୁ ଭାରତ ପଣ୍ଡ କରିଦେବା ପରେ ଚୀନ ରକ୍ତମୁଖା ହୋଇଉଠିଥିଲା । ଗଲୱାନ ଘାଟିରେ ଚୀନ ସେନା ସହିତ ଯେଉଁ ସଂଘର୍ଷ ହୋଇଥିଲା ସେଥିରେ ଆଇଟିବିପିର ୨୧ ଜଣ ଯବାନ ସହିଦ ହୋଇଥିଲେ । ଏଭଳି ଭୟଙ୍କର ଭାବେ ମୁହାଁମୁହିଁ ଗତ ୪୫ ବର୍ଷ ଭିତରେ ଦେଖିବାକୁ ମିଳିନଥିଲା । ପରସ୍ପର ଉପରେ ଲୁହା ଛଡ ଓ ପଥରରେ ଆକ୍ରମଣ କରୁଥିଲେ ।

ଭାରତ-ଚୀନ ଉତେଜନା କମ୍ କରିବାକୁ ବାରମ୍ବାର ପ୍ରୟାସ ଜାରି ରହିଛି । ଚୀନ ଉପରେ କୂଟନୈତିକ ଚାପ ପକାଇବାକୁ ଭାରତ ସରକାର ଅନେକ କଠୋର ପଦକ୍ଷେପ ବି ନେଇଛନ୍ତି । ହେଲେ ଗଲୱାନ ଘାଟିରେ ଚାଲାକ ଚୀନର ବିଶ୍ୱାସଘାତ ପରେ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଭାରତ ତାର ସାମରିକ ନିୟମ ଓ ସୀମା ପରିଚାଳନା ରଣନୀତିକୁ ପରିବର୍ତନ କରିଛି ।