ବିଜେପିକୁ ନବୀନଙ୍କ ନିନ୍ଦା: କହିଲେ, କର୍ଣ୍ଣାଟକ, ତେଲେଙ୍ଗାନା, ହିମାଚଳ ପରି ଓଡିଶାରେ ବି ବିଜେପିର ସରକାର ଗଢିବା ଉଦ୍ୟମ ବିଫଳ ହେବ

422

କନକ ବ୍ୟୁରୋ: ବିଜେପିକୁ ନିନ୍ଦା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେପିର କ୍ୟାବିନେଟ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ କଲେ କଟାକ୍ଷ । କହିଲେ ବିଜେପିର ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଅତିଥି ହୋଇ ଆସୁଛନ୍ତି । ସେମାନେ ଅପଶବ୍ଦ ବ୍ୟବହାର କରିବେନି ବୋଲି ଆଶା କରୁଛି । ଓଡିଶାର ଲୋକ ଏଭଳି ଭାଷା ଓ ମିଛକୁ ଗ୍ରହଣ କରିବେ ନାହିଁ । ଭଗବାନ ଜଗନ୍ନାଥ ସେମାନଙ୍କୁ ସଦବୁଦ୍ଧି ଦିଅନ୍ତୁ । କର୍ଣ୍ଣାଟକ, ତେଲେଙ୍ଗାନା, ହିମାଚଳ ପ୍ରଦେଶରେ ବିଜେପି ସରକାର ଗଢିବା ଉଦ୍ୟମ ବିଫଳ ହେଲା । ଓଡିଶାରେ ମଧ୍ୟ ବିଜେପିର ଉଦ୍ୟମ ବିଫଳ ହେବ ।