ଶ୍ରଦ୍ଧା ହତ୍ୟାକାଣ୍ଡରେ ନୂଆ ଖୁଲାସା ।  ମିଳିଲା ହତ୍ୟାକାଣ୍ଡ ଦିନର ସିସିଟିଭି ଫୁଟେଜ !

230

କନକ ବ୍ୟୁରୋ : ଶ୍ରଦ୍ଧା ହତ୍ୟାକାଣ୍ଡରେ ପ୍ରତ୍ୟେକ ଦିନ ନୂଆ ଖୁଲାସା ହେଉଛି । ଜାତୀୟ ଗଣମାଧ୍ୟର ସୂଚନା ଅନୁସାରେ ପୁଲିସ ହାତରେ ଏବେ ବଡ ସୁରାକ ଲାଗିଛି । ମେ ୧୮ ତାରିଖ  ଯେଉଁ ଦିନ ଶ୍ରଦ୍ଧାଙ୍କୁ ଆଫତାବ ଗଳାଚିପି ହତ୍ୟା କରିଥିଲା ସେହିଦିନର ଏକ ଭିଡିଓ ପୁଲିସ ପାଇଥିବା ଦାବି  କରିଛି । ପୁଲିସ ଦାବି କରିଛି କି ଏହି ଭିଡିଓ  ହତ୍ୟା ପରର । ହତ୍ୟା କରିବା ପରେ ୧୯ ତାରିଖ ଭୋରୁ ଭୋରୁ ୩ଟାରୁ ୪ ଟା ସମୟରେ ଘରୁ ଏକାକୀ ବାହାରିଥିଲା  ଆଫତାବ । ପୁଲିସ ଏକଥା ବି ଦାବି କରୁଛି ଶବକୁ ଖଣ୍ଡ ଖଣ୍ଡ କରିବା ପରେ ଏହାକୁ ପିଙ୍ଗିବା ପାଇଁ ଆଫତାବ ନିକଟରେ ଥିବା ଜଙ୍ଗଲକୁ ଯାଇଥିଲା । ଫୁଟେଜ ମିଳିବା ପରେ ଜୋରଦାର ହୋଇଛି ଛାନଭିନ ।

ଶ୍ରଦ୍ଧା ହତ୍ୟାକାଣ୍ଡ, ୫ମ ଦିନରେ ପୁଲିସ ତଦନ୍ତ
•    ଦିଲ୍ଲୀ ମେହେରୋଲି ଜଙ୍ଗଲରେ ପୁଲିସ ସର୍ଚ୍ଚ ଅପରେସନ ଜାରି ରଖିଛି
•    ଗାଜିଆବାଦ ଓ ଗୁରୁଗ୍ରାମରେ ମେଟାଲ ଡିଟେକ୍ଟର ସାହାର୍ଯ୍ୟରେ ପ୍ରମାଣ ଖୋଜୁଛି ପୁଲିସ
•    ଶନିବାର ଆଫତାବର ନାର୍କୋଟେଷ୍ଟ କରାଯାଇଛି
•    ଶ୍ରଦ୍ଧାଙ୍କ ଦୁଇ ସାଙ୍ଗ ରାହୁଲ ଓ ଗଡବିନଙ୍କୁ ମୁମ୍ବାଇରେ ଜେରା ହୋଇଛି
•    ମୁମ୍ବାଇରେ ପହଁଚିଛି ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ଟିମ୍
•    ଶ୍ରଦ୍ଧାଙ୍କ ପୋଷାକ, ମୋବାଇଲ, ହତ୍ୟାରେ ବ୍ୟବହୃତ ହତିଆର ଖୋଜୁଛି ପୁଲିସ
•    ଏଥିପାଇଁ ଦିଲ୍ଲୀ ପୁଲିସ ହିମାଚଳର ପାର୍ବତୀ ଭ୍ୟାଲିର ତୋଷ ଗାଁରେ ପହଁଚିଛି

ଶ୍ରଦ୍ଧା ଓ ତାଙ୍କ ମ୍ୟାନେଜର କରଣ ଭକିଙ୍କ ଏକ ହ୍ୱାଟସ ଅପ ଚାର୍ଟ ସାମ୍ନାକୁ ଆସିଛି । ଯେଉଁଥିରେ ଶ୍ରଦ୍ଧା ନିଜର କଷ୍ଟ କଥା କହିିଥିବା ଦେଖିବାକୁ ମିଳିଛି । କିଭଳି ଆଫତାବ ତାଙ୍କୁ ମାଡପିଟ କରୁଥିଲା, ମାନସିକ ନିର୍ଯ୍ୟାତନା ଦେଉଥିଲା । ସେହି ସବୁ କଥା ସେ ଚାଟିଂରେ ପ୍ରକାଶ କରିଥିଲେ । ସ୍ଥିତି ଏଭଳି ହେଉଥିଲା ମାଡଗୋଳ ପରେ ଅଫିସରୁ ଛୁଟି୍ ନେଉଥିଲେ ଶ୍ରଦ୍ଧା ପୁଲିସର ସୂଚନା କହୁଛି ଏହି ଚାର୍ଟ ଡିସେମ୍ବର ୩ ୨୦୨୦ ମସିହାର । ସେପଟେ ଶ୍ରଦ୍ଧାଙ୍କ ଚିକିତ୍ସା କରିଥିବା ଡାକ୍ତରଙ୍କ ବୟାନ ମଧ୍ୟ ମେଳ ଖାଉଛି । ୨୦୨୦ ମସିହାରରେ ବେକ ଓ ପିଠିରେ ଦରଜ ହେବା ଯୋଗୁଁ  ଶ୍ରଦ୍ଧା ୩ଦିନ ଧରି ସେ ଡାକ୍ତରଖାନରେ ଭର୍ତି ହୋଇ ଚିକିତ୍ସିତ ହେଇଥିବା ଡାକ୍ତର କହିଛନ୍ତି ।

ହତ୍ୟା ହୋଇଥିବା ପ୍ଲାଂଟକୁ ସିଲ କରିଛି ପୁଲିସ । ସେପଟେ ଫ୍ଲାଟ ମାଲିକ କହିଛନ୍ତି ଘର ଭଡା ନେବା ସମୟରେ ଶ୍ରଦ୍ଧା ଓ ଆଫତାବ ନିଜକୁ ସ୍ୱାମୀ-ସ୍ତ୍ରୀର ପରିଚୟ ଦେଇ ଏଗ୍ରିମେଂଟ କରିଥିଲେ । ଅଧିକାଂଶ ସମୟରେ ଏମାନଙ୍କ ମଧ୍ୟରେ ପ୍ରବଳ ଝଗଡା ହେଉଥିବା ମଧ୍ୟ ଫ୍ଲାଟର ଅଧିକାଂଶ ଲୋକ ନିଜ ବୟାନରେ କହିଛନ୍ତି ।

ହତ୍ୟା ଘଟଣା ସାମ୍ନାକୁ ଆସିବା ପୂର୍ବରୁ ହିଁ ଆଫତାବଙ୍କ ପରିବାର ଫେରାର ହୋଇଥିବା ପୁଲିସ କହିଛି ।  ଯେଉଁଠି ୩୦ବର୍ଷ ଧରି ରହୁଥିଲେ ପରିବାର ବର୍ତମାନ ସେହି ସ୍ଥାନକୁ ଛାଡି କୁଆଡେ ଫେରାର ଅଛନ୍ତି । ସବୁଠୁ ପ୍ରଶ୍ନ ଉଠୁଛି କି ହତ୍ୟାମାମଲାର ଉପରୁ ନଭେମ୍ବର ୧୪ରେ ପର୍ଦ୍ଦା ଉଠିଥିଲା କିନ୍ତୁ ଆଫତାବଙ୍କ ପରିବାର ଲୋକ ଏହା ପୂର୍ବରୁ ହିଁ  ଫେରାର ଅଛନ୍ତି । ତେବେ କଣ ଆଫତାବ କରିଥିବା ଜଘନ୍ୟ ହତ୍ୟାକାଣ୍ଡ ବାବଦରେ ତାଙ୍କ ପରିବାର ଜାଣିଥିଲେ? କଣ ହତ୍ୟାମାମଲାରେ ଏମାନଙ୍କ ମଧ୍ୟ ସମ୍ପୃକ୍ତି ରହିଛି କି? ଏହି ସସପେନ୍ସଭରା ହତ୍ୟାକାଣ୍ଡରେ ଏମିତି ଅନେକ ପ୍ରଶ୍ନ ରହିଛି ଯାହାକୁ ଖୋଜିବା ପାଇଁ ଦିନ ରାତି ଦିନ ଏକ କରିଦେଇଛନ୍ତି ଦିଲ୍ଲୀ ଓ ମୁମ୍ବାଇ ପୁଲିସର ମିଳିତ ଟିମ୍ ।