ଆପ୍ ପ୍ରାର୍ଥୀ ନିଖୋଜ : ବିଜେପି ଉପରେ ମନିଷ ସିସୋଦିଆ ଆଣିଲେ ଅପହରଣ ଅଭିଯୋଗ

119

କନକ ବ୍ୟୁରୋ: ମଙ୍ଗଳବାରଠାରୁ ଆପର ଜଣେ ପ୍ରାର୍ଥୀ ପରିବାର ସହ ନିଖୋଜ ହୋଇଯାଇଛନ୍ତି । ବିଜେପି ଆପ୍ ପ୍ରାର୍ଥୀ କଞ୍ଚନ ଜରିୱାଲାଙ୍କୁ ଅପହରଣ କରିନେଇଥିବା ଅଭିଯୋଗ କରିଛନ୍ତି ମନୀଷ ସିସୋଦିଆ ।

ସେ କହିଛନ୍ତି ଯେ, ଗୁଜରାଟ ନିର୍ବାଚନରେ ହାରିଯିବା ଭୟ ଥିବାରୁ ‘ବିଜେପି’ ଜଣେ ‘ଆପ୍‌’ ପ୍ରାର୍ଥୀଙ୍କୁ ଅପହରଣ କରିନେଇଛି। ଗତକାଲିଠାରୁ କଞ୍ଚନ ଓ ତାଙ୍କ ପରିବାରର ପତ୍ତା ମିଳୁନାହିଁ। ସେ ପ୍ରାର୍ଥୀପତ୍ର ଯାଞ୍ଚ କରିବା ଲାଗି ଯାଇଥିଲେ। ପ୍ରାର୍ଥୀପତ୍ର ଯାଞ୍ଚ କରାଇ ଅଫିସ୍‌ରୁ ବାହାରିବା କ୍ଷଣି ‘ବିଜେପି’ର ଗୁଣ୍ଡାମାଞନେ ତାଙ୍କୁ ଉଠାଇ ନେଇଛନ୍ତି। ଏବେ ସେ କେଉଁଠି ଅଛନ୍ତି, ତାହା ଜଣାପଡୁନାହିଁ।

ବିପଜ୍ଜନକ ଘଟଣା। ଖାଲି ପ୍ରାର୍ଥୀ ନୁହେଁ, ଗଣତନ୍ତ୍ରର ଅପହରଣ ବୋଲି ସେ କହିଛନ୍ତି। ‘ଆପ୍‌’ର କେତେକ ନେତା ମଧ୍ୟ ଏଭଳି ଅଭିଯୋଗ କରି ଟୁଇଟ୍‌ କରିଛନ୍ତି। ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ୍‌ ମଧ୍ୟ ଟୁଇଟ୍‌ କରି ଲେଖିଛନ୍ତି, ସୁରତ ଆସନରୁ ଆମ ପ୍ରାର୍ଥୀ କଞ୍ଚନ ଜରିୱାଲା ଏବଂ ତାଙ୍କ ପରିବାର ଗତକାଲିଠାରୁ ନିରୁଦ୍ଦିଷ୍ଟ ହୋଇଯାଇଛନ୍ତି। ପ୍ରଥମେ ‘ବିଜେପି’ ତାଙ୍କ ପ୍ରାର୍ଥୀ ପତ୍ର ନାକଚ କରିବାକୁ ଉଦ୍ୟମ କରିଥିଲା। କିନ୍ତୁ, ତାଙ୍କ ପ୍ରାର୍ଥୀପତ୍ର ଗ୍ରହଣ କରାଗଲା। ପରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ଲାଗି ତାଙ୍କୁ ବାଧ୍ୟ କରାଗଲା।