ପୌର ଅଧିକାରୀଙ୍କ ଉପରକୁ ଫାଇଲ ଫୋପାଡ଼ିଲେ ପୌରାଧ୍ୟକ୍ଷା : ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

121

କନକ ବ୍ୟୁରୋ : ଭାଇରାଲ ହେଉଛି ବ୍ୟାସନଗର ପୌର ଅଧ୍ୟକ୍ଷାଙ୍କ ଫାଇଲ ଫୋପାଡିବା ଚିତ୍ର । ପୌର ଅଧିକାରୀଙ୍କ ଉପରକୁ ଫାଇଲ ଫିଙ୍ଗିବା ସହିତ ଅଶାଳୀନ ବ୍ୟବହାର କରୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବାୟୋମାଟ୍ରିକ ମେସିନ୍ ସଂଯୋଗ ଓ ଜିଓ ଟାୱାର ସ୍ଥାପନ ନେଇ ଏହି ଘଟଣା ଘଟିଥିବା କହିଛନ୍ତି ପୌର ଅଧିକାରୀ । ୮ନମ୍ବର ୱାର୍ଡରେ ଜିଓ ଟାୱାର ସ୍ଥାପନ ପାଇଁ ୱାର୍ଡବାସୀ ଅନୁରୋଧ କରିଥିଲେ ।

ପୌରପରିଷଦ ପକ୍ଷରୁ ଏନେଇ ତଦନ୍ତ କରାଯାଇ ପୌରନିର୍ବାହୀ ଅଧିକାରୀଙ୍କ ଅନୁମତି ସହ କାଉନସିଲର ଅଶୋକ ଦାସ ମଧ୍ୟ ଏହି ଆବେଦନ ପତ୍ରରେ ଦସ୍ତଖତ କରିଥିଲେ । ହେଲେ ୱାର୍ଡର ଅନ୍ୟ କିଛି ଲୋକ କିନ୍ତୂ ଏହାକୁ ବିରୋଧ କରିବା ସହ ପୌରାଧ୍ୟକ୍ଷାଙ୍କୁ ଜଣାଇଥିଲେ । ଘଟଣା ନେଇ ଉଭୟ ପୌରଧ୍ୟକ୍ଷା ଓ ପୌରଅଧିକାରୀ ଆଲୋଚନା ସମୟରେ ଉତକ୍ଷିପ୍ତ ହୋଇଯାଇଥିଲେ ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ । ଗାଳିଗୁଲଜ କରିବା ସହିତ ପୌରଅଧିକାରୀଙ୍କ ଉପରକୁ ଫାଇଲ ଫୋପାଡିଥିଲେ । ତାଙ୍କର ଏହି ଅଶାଳୀନ ବ୍ୟବହାର ସହ ଫାଇଲ ଫିଙ୍ଗିବା ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ହେଲେ ସେପଟେ ସମସ୍ତ ଘଟଣାକୁ ଖଣ୍ଡନ କରିଛନ୍ତି ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ ।