ଗୋଟିଏ ଦିନ ୱାର୍ଡରେ : ଲୋକଙ୍କ ସମସ୍ୟା ବୁଝିବା ପାଇଁ ସୁନ୍ଦରପଦାର ଏକ ୱାର୍ଡରେ ପହଞ୍ଚିଲେ ମେୟର ଓ ବିଏମସି କମିଶନର

120

କନକ ବ୍ୟୁରୋ : ଗୋଟିଏ ଦିନ ୱାର୍ଡରେ । ଲୋକଙ୍କ ସମସ୍ୟା ବୁଝିବା ପାଇଁ ସୁନ୍ଦରପଦାର ଏକ ୱାର୍ଡରେ ପହଞ୍ଚିଲେ ମେୟର ଓ ବିଏମସି କମିଶନର । ଲୋକଙ୍କ ନିକଟକୁ ସମସ୍ୟା ଶୁଣିବାକୁ ପହଞ୍ଚିଲେ ମେୟର । ଲୋକେ ତାଙ୍କ ସମସ୍ୟା ମଧ୍ୟ କହିଥିଲେ । ଡ୍ରେନଠୁ ନେଇ ଓପନ ଜୀମ ପର୍ଯ୍ୟନ୍ତ ସବୁ ସମସ୍ୟା କଥା କହିଥିଲେ ଲୋକେ ।

ବର୍ଷ ବର୍ଷ ଧରି ମଧ୍ୟ ସମସ୍ୟାର ହୋଇପାରୁନି ସମାଧାନ । ଜବରଦଖଲଠୁ ଆରମ୍ଭ କରି ଅଳିଆ ଆବର୍ଜନା ସବୁ ସମସ୍ୟା ଭିତରେ ସୁଝି ହେଉଛନ୍ତି ସାଧାରଣ ଜନତା । ପାଖାପାଖି ୩୦ରୁ ଅଧିକ ସମସ୍ୟା ବଖାଣିଥିଲେ ବାସିନ୍ଦା, କମିଶନର ଓ ମେୟରଙ୍କ ପାଖରେ । ଏସଏଚଜି ମହିଳାଙ୍କ ଅଭିଯୋଗ ଉଭୟ କର୍ପୋରେଟର ଓ ମେୟର ମହିଳା ହେଲେ ମଧ୍ୟ ସଭାରେ ମହିଳାଙ୍କୁ କହିବାର ସୁଯୋଗ ଦିଆଗଲା ନାହିଁ ବୋଲି କହିଛନ୍ତି ।