ସ୍ୱାଧୀନତା ସଂଗ୍ରାମୀ ନିଶାକର ଦାସଙ୍କ ପରଲୋକ : ସର୍ବୋଦୟ ଆନ୍ଦୋଳନରେ ଥିଲେ ସାମିଲ

123

କନକ ବ୍ୟୁରୋ : ପରଲୋକରେ ସ୍ୱାଧୀନତା ସଂଗ୍ରାମୀ ତଥା ଭୁଦାନ ଆନ୍ଦୋଳନର ଅନ୍ୟତମ ନେତା ନିଶାକର ଦାସ । ଭୋର ୫ଟା ୩୦ ସମୟରେ କୋରାପୁଟର ପାଡୁଆ ସ୍ଥିତ କୁଲାବିର ଆଶ୍ରମରେ ତାଙ୍କ ଦେହାନ୍ତ ହୋଇଛି । ୧୦୨ ବର୍ଷରେ ଆଖି ବୁଜିଛନ୍ତି ସ୍ୱାଧୀନତା ସଂଗ୍ରାମୀ । ଯାଜପୁର ଜିଲ୍ଲାର ସିଂହପୁର ଗାଁରେ ଏକ ବୈଷ୍ଣବ ପରିବାରରେ ଜନ୍ମ ହୋଇଥିଲେ ସ୍ୱାଧୀନତା ସଂଗ୍ରାମୀ ନିଶାକର ଦାସ ।

ଛୋଟ ବେଳୁ ଦାରିଦ୍ର୍ୟ, ଅସ୍ପୁଶ୍ୟତା, ସାମାଜିକ ଘୃଣା ବିରୋଧରେ ସେ ଲଢ଼ିଥିଲେ । ପରେ ସେ ସର୍ବୋଦୟ ଆନ୍ଦୋଳନରେ ଯୋଗ ଦେଇଥିଲେ । ଏପରିକି ବିନୋବା ଭାବେଙ୍କ ସହ ପଦଯାତ୍ରାରେ ଓଡ଼ିଶାର ବିଭିନ୍ନ ସ୍ଥାନକୁ ଗସ୍ତ କରି ଗ୍ରାମଦାନ ଆନ୍ଦୋଳନ ବିଷୟରେ ଲୋକଙ୍କୁ ବୁଝାଉଥିଲେ । ସଂପୂର୍ଣ୍ଣ କ୍ରାନ୍ତି ଆନ୍ଦୋଳନ ଠାରୁ ଆରମ୍ଭ କରି ବର୍ତ୍ତମାନର ସାମ୍ରାଜ୍ୟବାଦ ବିରୋଧୀ ଆନ୍ଦୋଳନରେ ସେ ଆଗରେ ରହିଥିଲେ । ୧୦୨ ବର୍ଷ ବୟସରେ କୋରାପୁଟର ଗାଁ ଗାଁରେ ବୁଲି ସ୍ୱରାଜ ସଂଗୀତ ଗାନ କରୁଥିଲେ । ତାଙ୍କ ଆତ୍ମଜୀବନୀ ଇଂରାଜୀ ଭାଷାରେ ମଧ୍ୟ ଅନୁବାଦିତ ହୋଇଛି ।