ମହାନଦୀ ଜଳ ବିବାଦ ମାମଲା : କୋରବା ଜିଲ୍ଲାରେ କ୍ଷେତ୍ର ପରିଦର୍ଶନ କଲେ ଟ୍ରିବ୍ୟୁନାଲ ସଦସ୍ୟ

87

କନକ ବ୍ୟୁରୋ : ମହାନଦୀ ଜଳ ବିବାଦ ନେଇ ଛତିଶଗଡ଼ରେ ଟ୍ରିବ୍ୟୁନାଲ ଟିମ୍ । ଟ୍ରିବ୍ୟୁନାଲ ସଦସ୍ୟଙ୍କ ଦ୍ୱିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନର ଆଜି ତୃତୀୟ ଦିନ । ଆଜି ଟିମ୍ କୋରବା ଜିଲ୍ଲାରେ ପହଞ୍ଚିଛି । ହସଦେବ ନଦୀ ନିରୀକ୍ଷଣ କରୁଛନ୍ତି ଟିମ୍ । କୋରବା ଜିଲ୍ଲାପାଳ, ଜଳ ସମ୍ପଦ ବିଭାଗର ଅଧିକାରୀ ମଧ୍ୟ ଉପସ୍ଥିତ ଅଛନ୍ତି । ଏହା ସହ ଆଜି ଟିମ୍ ରାୟଗଡ଼ ଓ ଜାଞ୍ଜଗିର ଚାମ୍ପା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ୩୦ ତାରିଖରୁ ମହାନଦୀ ଟ୍ରିବ୍ୟୁନାଲ ଦ୍ୱିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ଆରମ୍ଭ ହୋଇଛି । ଶେଷ ଦିନରେ ଟ୍ରିବ୍ୟୁନାଲ ଟିମ୍ କେଲୋ ପ୍ରକଳ୍ପର ପରିଦର୍ଶନରେ ଯାଇ ବାସ୍ତବିକ ସ୍ଥିତି ଅନୁଧ୍ୟାନ କରିବେ ବୋଲି ଜଣାପଡ଼ିଛି ।