ପିଏମ ରୋଜଗାର ମେଳାରେ ଚାକିରି ପାଇଲେ ୭୧ ଆଶାୟୀ: ନିଯୁକ୍ତିପତ୍ର ପ୍ରଦାନ କରି ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

459

କନକ ବ୍ୟୁରୋ: ରୋଜଗାର ମେଳାରେ ୭୧ହଜାର ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର ଦେଲେ କେନ୍ଦ୍ର ସରକାର । ଗୁରୁବାର ପ୍ରଧାନମନ୍ତ୍ରୀ ମୋଦି ଭିଡିଓ କନଫେରେନ୍ସିରେ ଦେଶର ଯୁବଗୋଷ୍ଠୀଙ୍କୁ ସମ୍ବୋଧିତ କରିବା ସହ ନିଯୁକ୍ତ ପତ୍ର ବାଟିଂଛନ୍ତି । ମୋଦି କହିଛନ୍ତି, ଏକ ବିକଶିତ ଭାରତ ଗଢିବା ପାଇଁ ଯୁବପିଢୀଙ୍କ ପ୍ରତିଭା ଓ ଶକ୍ତିକୁ ଉପଯୁକ୍ତ ସୁଯୋଗ ଦେବାକୁ ସରକାର ପ୍ରତିବଦ୍ଧ । ଆଜିର ନୂତନ ଭାରତ ଯେଉଁ ନୀତି ଓ ରଣନୀତି ଦ୍ୱାରା ପରିଚାଳିତ ହେଉଛି, ତାହା ଦେଶ ପାଇଁ ନୂଆ ସମ୍ଭାବନା ଓ ନୂଆ ସୁଯୋଗର ଦ୍ୱାରା ଖୋଲିଛି । ବତର୍ମାନ ସମୟରେ ଭାରତ ବିଶ୍ୱର ସବୁଠୁ ଦ୍ରୁତ ଗତିରେ ବଢୁଥିବା ଅର୍ଥବ୍ୟବସ୍ଥା ପାଲଟିଛି । ସାରା ବିଶ୍ୱ କୋଭିଡ ମହାମାରୀ ପରେ ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଅଧିକାଂଶ ଦେଶର ଅର୍ଥବ୍ୟବସ୍ଥା ଲଗାତାର ଭାବେ ହ୍ରାସ ପାଇବାରେ ଲାଗିଛି, ଏଭଳିସ୍ଥଳେ ସାରା ବିଶ୍ୱ ଭାରତକୁ ଉଜ୍ୱଳ ତାରକା ଭାବେ ଦେଖୁଥିବା ନେଇ କହିଛନ୍ତି ପ୍ରଧାନମନ୍ତ୍ରୀ ।

ରୋଜଗାର ମେଳାରେ ବିଭିନ୍ନ ରାଜ୍ୟରେ ଚୟନ ହୋଇଥିବା ଯୁବକ ଯୁବତୀଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଇଞ୍ଜିନିୟର, ଲୋକୋ ପାଇଲଟ, ଟେକ୍ସିସିଆନ୍, ନୀରିକ୍ଷକ, ଉପ-ନୀରିକ୍ଷକ, କନେଷ୍ଟବଳ, ନାଗ୍ରାଫର, ସାମାଜିକ ସୁରକ୍ଷା ଅଧିକାରୀ, ଗ୍ରାମୀଣ ଡାକ ସେବକ, ଆୟକର ନିରୀକ୍ଷକ, ଡାକ୍ତର ନର୍ସ, ପିଏ, ଏମଟିଏ ଭଳି ବିଭିନ୍ନ ପଦରେ ନିଯୁକ୍ତି ପାଇଛନ୍ତି । ଗତବର୍ଷ ୨୨ ଅକ୍ଟୋବରରେ ଦେଶରେ ରୋଜଗାର ମେଳାର ଆରମ୍ଭ କରିଥିଲେ କେନ୍ଦ୍ର ସରକାର । ଏପ୍ରିଲ ୧୩କୁ ମିସାଇ ମୋଟ ୩ଟି ପର୍ଯ୍ୟାୟରେ କେନ୍ଦ୍ର ସରକାର ନିଯୁକ୍ତି ପତ୍ର ବାଟିଂ ଦେଶର ଯୁବଗୋଷ୍ଠୀଙ୍କୁ ବିଭିନ୍ନ ବିଭାଗରେ ଚାକିରି ପ୍ରଦାନ କରିଛନ୍ତି ।

ମୋଦୀଙ୍କ ‘ରୋଜଗାର ମେଳା’
• ୨୨ ଅକ୍ଟୋବରରେ ୨୦୨୨୨ରେ ୭୫ହଜାର ନିଯୁକ୍ତି ପତ୍ର ମିଳିଥିଲା
• ୨୨ ନଭେମ୍ବରରେ ୨୦୨୨ରେ ୭୧ ହଜାର ନିଯୁକ୍ତିପତ୍ର ମିଳିଥିଲା
• ୧୩ ଏପ୍ରିଲରେ ୨୦୨୩ରେ ୭୧ହଜାର ନିଯୁକ୍ତି ପତ୍ର ମିଳିଛି

କେନ୍ଦ୍ର ସରକାର, ୨୦୨୩ ଶେଷ ସୁଦ୍ଧା ଦେଶରେ ୧୦ ଲକ୍ଷ ନିଯୁକ୍ତି ଦିଆଯିବା ନେଇ ଘୋଷଣା କରିଛନ୍ତି । ମୋଟ ୧୮ମାସରେ ଏହି ନିଯୁକ୍ତି ପ୍ରକ୍ରିୟା ଶେଷ କରାଯିବ ଓ ବେକାରୀ ଯୁବକଯୁବତୀ ସ୍ୱାଭଲମ୍ବି କରିବାକୁ ଲକ୍ଷ୍ୟ ରଖାଯାଇଛି ।