ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆସିବ ନୂଆ ବିପ୍ଳବ। ଆଗୁଆ ରୋଗର ସୂଚନା ଦେବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ।

179

କନକ ବ୍ୟୁରୋ: ବିଭିନ୍ନ କ୍ଷେତ୍ରରେ ସୂଚନା ଯୋଗାଇ ଦେଇ ଟେକ୍ନୋଲୋଜି କ୍ଷେତ୍ରରେ ଝଡ ସୃଷ୍ଟି କରିଥିବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ନୂଆ ବିପ୍ଳବ ଆଣିବାକୁ ଯାଉଛି । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବୈଷୟିକ ଜ୍ଞାନକୌଶଳର ଉପଯୋଗ କରି ଏକ ନୂଆ ବିପ୍ଲବ ଆଣିବା ପାଇଁ ଭୁବନେଶ୍ୱର ଏମ୍ସ ଓ ଭୁବନେଶ୍ୱର ଆଇଆଇଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ କରିବା ପରେ ନୂଆ ସମ୍ଭାବନା ସୃଷ୍ଟି ହୋଇଛି । ବିଶେଷ କରି କ୍ୟାନ୍ସର, ବ୍ଲଡ ପ୍ରେସର୍ ଏବଂ ଡାଇବେଟିସ୍ ଭଳି ଲାଇଫ୍ ଷ୍ଟାଇଲ୍ ରୋଗର ଆଶଙ୍କା ରହିଛି କି? ରୋଗ କେବେ ହେବାର ଆଶଙ୍କା ଅଛି? ତାହା ଆର୍ଟିଫିସିଆଲ ଇଂଟିଜିଲେନ୍ସ ସହାୟତାରେ ଜାଣିହେବ? ଏଭଳି ଜ୍ଞାନକୌଶଳର ବିକଶିତ କରୁଛନ୍ତି ଏହି ଦୁଇ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ । ତେବେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆର୍ଟିଫିସିଆଲ ଇଂଟେଲିଜେନ୍ସ କେତେ ସହାୟକ ହେବ ସେ ନେଇ ପ୍ରତିିକ୍ରିୟା ରଖିଛନ୍ତି ବରିଷ୍ଠ ଚିକିତ୍ସକ ।

ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତର, ମାନୁଆଲ୍ ବା ମାନବୀୟ ଢ଼ଙ୍ଗରେ ସ୍ୱାସ୍ଥ୍ୟ ଯାଞ୍ଚ କରିବା ସମୟରେ ତ୍ରୁଟି ରହିବାର ଯେଉଁ ଆଶଙ୍କା ରହିଛି, ସେହି ତ୍ରୁଟି ହେବାର ଆଶଙ୍କା କମିଯିବ । ଏକ୍ସରେ ଓ ଏମଆରଆଇ କ୍ଷେତ୍ରରେ ଏହି ଆର୍ଟିଫିସିଆଲ ଇଂଟେଲିଜେନ୍ସ ବ୍ୟବହାର ହୋଇପାରିବ । ରୋଗ ଚିହ୍ନଟ, ରିପୋର୍ଟ ପ୍ରସ୍ତୁତ, ରୋଗୀ କ’ଣ କରିବେ, କ’ଣ ଖାଇବେ, କେମିତି ସଚେତନ ରହିବେ, ସେ ସମ୍ପର୍କରେ ଆଗୁଆ ଆକଳନ କରାଯାଇପାରିବ । ରୋଗୀଙ୍କ ସ୍ୱାସ୍ଥ୍ୟ ସମ୍ପର୍କୀୟ ରିପୋର୍ଟର ଡାଟା ଆନାଲିସିସ୍ କରି ଏହା ପ୍ରସ୍ତୁତ ହେବ । ଯାହା ଫଳରେ ଚିକିତ୍ସା ଓ ନିରାକରଣ ଦିଗରେ ଆଗୁଆ ପଦକ୍ଷେପ ନିଆଯାଇପାରିବ ।