ପ୍ରଭୁ ଶ୍ରୀରାମଙ୍କ ପାଇଁ ବିକଳ ହେଉଛି ପ୍ରାଣ । ଦର୍ଶନ ପାଇଁ ବ୍ରହ୍ମପୁରରୁ ପାଦରେ ଚାଲିଚାଲି ଅଯୋଧ୍ୟା ଯାଉଛନ୍ତି ୫ ଯୁବକ ।

99

କନକ ବ୍ୟୁରୋ: ଆସନ୍ତା ୨୨ ତାରିଖରେ ଅଯୋଧ୍ୟାଠାରେ ରାମଲାଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଏତିପାଇଁ ସାରା ଦେଶରେ ଲୋକଙ୍କ ପ୍ରବଳ ଉତ୍ସାହ ରହିଛି । ବହୁ ଭକ୍ତ ମଧ୍ୟ ସେଠାକୁ ଯିବା ପାଇିଁ ପ୍ରସ୍ତୁତ ହୋଇ ରହିଛନ୍ତି । ବର୍ଷ ବର୍ଷ ଧରି ଭକ୍ତଙ୍କ ଅପେକ୍ଷା ରହିଥିଲା ଏବେ କିନ୍ତୁ ସେହି ଅପେକ୍ଷାର ଶେଷ ହେବ ।

ବ୍ରହ୍ମପୁର ସହରର ୫ ଜଣ ଯୁବକ ବାହାରିଛନ୍ତି ଅଯୋଧ୍ୟ ଅଭିମୁଖେ ।ଏହି ୫ଜଣ ସାଙ୍ଗ କଥା ହୋଇ ଏହି ଯାତ୍ରା ଆରମ୍ଭ କରିଛନ୍ତି । ୧୫୦୦ କିଲୋମିଟର ଯାତ୍ରା ଅରମ୍ଭ କରିଥିବା ବେଳେ ଖାଲିପାଦର ଏହି ଯାତ୍ରା ଶେଷ କରିବେ । ଏହାରି ଭିତରେ ବିଭିନ୍ନ ଗ୍ରାମରେ ରାମକଥା ମଧ୍ୟ ଗାନ କରିବେ ।